ନିଆରା ଢଙ୍ଗରେ ଭସାଣୀ : ଡଙ୍ଗାରେ ମାଆଙ୍କୁ ଦିଆଯାଇଛି ମେଲାଣି ; ରାଜନଗରରେ ବର୍ଷବର୍ଷ ଧରି ଚାଲି ଆସୁଛି ପରମ୍ପରା 

111

କନକ ବ୍ୟୁରୋ : ଡଙ୍ଗାରେ ଦିଆଯାଇଛି ମାଆଙ୍କୁ ମେଲାଣି । ଏକ ନିଆରା ଢଙ୍ଗରେ ମାଆଙ୍କ ଭସାଣୀ ହୋଇଛି । କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ମାଆ ଦୁର୍ଗାଙ୍କ ପୂଜା ଶେଷ ହେବା ପରେ ପରେ ମାଆଙ୍କ ଆଜି ଭସାଣୀ ହୋଇଛି ।

ରାଜନଗରରେ ଶ୍ରଦ୍ଧାଳୁ ମାନେ ଏକାଠି ହୋଇ ମାଆଙ୍କୁ ମୂର୍ତ୍ତିକୁ ଡଙ୍ଗାରେ ବସାଇ ନଦୀରେ ସାତ ଥର ବୁଲାଇବା ପରେ ବିସର୍ଜନ କରିଛନ୍ତି । ବଷ ର୍ବର୍ଷ ଧରି ଗାଁରେ ଏହି ପରମ୍ପରା ଚାଲି ଆସିଛି । ଚଳିତଥର ମଧ୍ୟ ଏହି ପରମ୍ପରା ଜାରି ରହିଥିବା ବେଳେ ମାଆଙ୍କୁ ମେଲାଣି ଦେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ।