ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍କାନରରେ ଭାରତରେ ପ୍ରସ୍ତୁତ କଫ୍ ସିରଫ୍ : ୪ଟି କଫ୍ ସିରଫର ଆରମ୍ଭ ହେଲା ତଦନ୍ତ

110

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍କାନରରେ ଭାରତରେ ପ୍ରସ୍ତୁତ କଫ୍ ସିରଫ୍ । ମୈଡେନ୍ ଫାର୍ମାସିଟ୍ୟୁକାଲ ସିରଫ ଗୁଡ଼ିକ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ଡବ୍ଲୁଏଚଓ । ଭାରତୀୟ ଡ୍ରଗସ୍ କଂଟ୍ରୋଲ ଜେନେରାଲ ତରଫରୁ ୪ଟି କଫ୍ ସିରଫର ତଦନ୍ତ ଆରମ୍ଭ ହୋଇଛି । ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଯିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର ।

ସେଂଟ୍ରାଲ ଡ୍ରଗସ୍ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ୍ ପକ୍ଷରୁ ଘଟଣାର ତଦନ୍ତ କରିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ଡ୍ରଗସ୍ କମ୍ପାନୀ ଦ୍ୱାରା ନିର୍ମିତ ଥଣ୍ଡା ଓ କାଶ ସିରଫ ସେବନ ପରେ ଗାମ୍ବିଆରେ କିଛି ଶିଶୁ ଗୁରୁତର ହେବା ସହ ୬୦ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଔଷଧ ସେବନ ପରେ ଶିଶୁମାନଙ୍କ ଠାରେ କିଡିନୀ ସମସ୍ୟା ଦେଖାଯିବା ପରେ ସେମାନଙ୍କର ମୃତ୍ୟୁ ହାଇଥିଲା । ଏଭଳି ସମ୍ବେଦନଶିଳ ଘଟଣାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅତ୍ୟନ୍ତ ଗୁରୁତର ସହ ନେଇଛି ।