କ୍ରାଇମ ପେଟ୍ରୋଲର ନକରାତ୍ମକ ପ୍ରଭାବ ! ଖେଳରେ ଖେଳରେ ଗଲା ଜୀବନ ।

52

ଟି.ଭି.ରେ ବିଭିନ୍ନ ପ୍ରକାରର ଧାରାବାହିକ ପ୍ରସାରିତ ହୁଏ । ପ୍ରତ୍ୟେକ ଧାରାବାହିକ ଦେଖିବା ପାଇଁ ସ୍ୱେଶାଲ ଅଡିଏନସ ରହିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଛୋଟ ପିଲାମାନେ ଆଡଲ୍ଟ ସିରିଜ ଦେଖି ଏହାର ପ୍ରଭାବରେ ପ୍ରଭାବିତ ହୋଇ ନାରକୀୟ କାଣ୍ଡ ଭିଆଉଛନ୍ତି । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ହାପ୍ପୁଡ ଜିଲ୍ଲାର ନବୀ କରିମ କଲୋନୀରେ । ଏଠାରେ ରହୁଥିବା ୧୦ ବର୍ଷୀୟା ସୀମ୍ରନ ଟିି.ଭି.ରେ କ୍ରାଇମ ପେଟ୍ରୋଲ ସିରିଏଲ ଦେଖି ଖେଳିବା ସମୟରେ ସତକୁ ସତ ଏହି ଖେଳ ତା ପାଇଁ କାଳ ହୋଇଆସିଛି ।

ଏହି ଘଟଣା ପ୍ରାୟତଃ ସମସ୍ତ ଅଭିଭାବକଙ୍କ ପାଇଁ ଏକ ପ୍ରକାର ଚେତାବନୀ ହୋଇ ରହିବ । ଯେଉଁମାନେ ପିଲାଙ୍କୁ କିଛି ସମୟ ଚୁପ ରଖିବା ପାଇଁ ଟି.ଭି. ଆଗରେ ବସାଇ ଦେଇଥାନ୍ତି । କିନ୍ତୁ ସେମାନଙ୍କୁ ଏହାର ବିପରୀତ ପ୍ରଭାବ ପ୍ରତି କୌଣସି ଆଭାସ ନଥାଏ ।  ତୃତୀୟ ଶ୍ରେଣୀରେ ପଢୁଥିବା ସୀମ୍ରନ ଘରେ ସାଙ୍ଗମାନଙ୍କ ସହ କ୍ରାଇମ ପେଟ୍ରୋଲ ଦେଖି ଫାଶୀ ଫାଶୀ ଖେଳିବା ସମୟରେ ସତକୁ ସତ ମା’ଙ୍କ ଏକ ଓଢଣୀ ନେଇ ଗଳାରେ ବାନ୍ଧି ରୁମରେ ଥିବା ଏକ ହୁକରେ ଓହଳି ପଡିଥିଲେ । ସାଙ୍ଗମାନେ ଓଢଣୀ କାଟି ଦେଖିବା ବେଳକୁ ଛୋଟ ଝିଅଟିର ପ୍ରାଣବାୟୁ ଉଡିଯାଇଥିଲା ।

ବାପା ମା ପଡୋଶୀଙ୍କୁ ସନ୍ଦେହ କରି ଥାନାରେ ଏତଲା ଦେଇଥିଲେ କିନ୍ତୁ ପରେ ଘଟଣାର ସତ୍ୟତା ପିଲାମାନଙ୍କଠାରୁ ଜାଣିବା ପରେ ମୃତ୍ୟୁ ଉପରୁ ରହସ୍ୟ ଉଠିଲା । ଘଟଣାରେ ଭୟଭୀତ ହୋଇ ପିଲାମାନେ ପୋଲିସକୁ କହିବାକୁ ପଛଘୁଞ୍ଚା ଦେଉଥିଲେ କିନ୍ତୁ ପୋଲିସର ପଚରାଉଚରା ପରେ ଘଟଣା ପ୍ରଘଟ ହେବା ସହ ନିର୍ଦ୍ଦୋଷ ପଡୋଶୀଙ୍କୁ ମଧ୍ୟ ଦୋଷମୁକ୍ତ କରାଗଲା ।