ଆରବିଆଇ ଜାରି କଲେ ଏହି ୪ଟି ନିୟମ । ଜାଣନ୍ତୁ ଫଟା ନୋଟ୍ ବଦଳାଇବାର ସହଜ ଉପାୟ
ଅଧିକାଂଶ ଲୋକଙ୍କୁ ଜଣା ନାହିଁ କି ଫଟା ନୋଟ୍ ସହିତ କ’ଣ କରିବା ଉଚିତ୍ ?
ଅଧିକାଂଶ ସମୟରେ ଆମେ ଚିରାଫଟା ନୋଟକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାଉ । କିନ୍ତୁ ଆପଣ ଏଥି ସହିତ ଜଡିତ ନିୟମକୁ ଜାଣନ୍ତି କି? ଅଧିକାଂଶ ଲୋକଙ୍କୁ ଜଣା ନାହିଁ କି ଫଟା ନୋଟ୍ ସହିତ କ’ଣ କରିବା ଉଚିତ୍ ? ଜାଣନ୍ତୁ କେବେ ଓ କେମିତି ଏହାକୁ ବଦଳାଯାଇପାରିବ । ତେବେ ଆଜି ଆମେ ଆପଣଙ୍କୁ ଏହା ସହିତ ଜଡିତ କିଛି ନିୟମ ବିଷୟରେ ଜଣାଇବୁ ।
Kanak News is now on WhatsApp
Join and get latest news updates delivered to you via WhatsApp
କିଛିଟା ପରିସ୍ଥିତିରେ ନୋଟ୍ ଗୁଡିକୁ ବଦଳାଯାଇପାରିବନି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ, ବହୁତ ପୋଡିଯାଇଥିବ, ଖଣ୍ଡ ଖଣ୍ଡ ହୋଇଯାଇଥିବା ନୋଟ୍ କୁ ବଦଳାଯାଇପାରିବନି । ଏହି ପ୍ରକାରର ନୋଟ୍ ଗୁଡିକୁ ଆରବିଆଇର ଇସ୍ୟୁ ଅଫିସକୁ ଯାଇପାରିବ । ଏହା ସହିତ ଯେଉଁ ନୋଟ୍ ଗୁଡିକ ଉପରେ ନାରା କିମ୍ବା ରାଜନୈତିକ ସନ୍ଦେଶ ଲେଖା ହୋଇଥିବ, ତାକୁ ବି ମୁଦ୍ରା ଭାବେ ବ୍ୟବହାର କରାଯାଇପାରିବନି । ଯଦି ବ୍ୟାଙ୍କ ଅଧିକାରୀ ଜାଣିଲେ କି ଆପଣ ଜାଣି ଶୁଣି ନୋଟ୍ ଫାଡିଛନ୍ତି, ତେବେ ସେ ଆପଣଙ୍କ ନୋଟ୍ ବଦଳାଇବାକୁ ସ୍ୱୀକାର କରିବ ନାହିଁ ।
ଆରବିଆଇର ନିୟମ ଅନୁସାରେ, ପ୍ରତ୍ୟେକ ବ୍ୟାଙ୍କକୁ ପୁରୁଣା, ଫଟା କିମ୍ବା ମୋଡି ହୋଇଥିବା ନୋଟ୍ ସ୍ୱୀକାର କରିବାକୁ ହେବ । କିନ୍ତୁ ତାହା ନକଲି ହେବା କଥା ନୁହେଁ । ସେଥିପାଇଁ ଆପଣ ସହଜରେ ନିକଟତର ବ୍ୟାଙ୍କ ଶାଖାକୁ ଯାଇ ନିଜ ନୋଟ୍ ବଦଳାଇପାରିବେ । ଏଥିପାଇଁ କୌଣସି ଶୁଳ୍କ ନିଆଯିବନି ।
ଆପଣ ୫ଟି ନୋଟ୍ ପର୍ଯ୍ୟନ୍ତ ବ୍ୟାଙ୍କରେ ବଦଳାଇପାରିବେ । ଯେଉଁଥିରେ ମୁଦ୍ରା ତିଜୋରୀ ନଥାଏ । ଏହା ବଦଳରେ ବ୍ୟାଙ୍କ ଆପଣଙ୍କୁ ରସିଦ୍ ଦେବ । ଏହି ଜମା ବଦଳରେ ଆପଣଙ୍କୁ ୩୦ ଦିନରେ ରାଶି ଦିଆଯିବ ।