‘କାଳିଆ’ ସ୍କଲାରସିପ୍ ପାଇଁ କିଭଳି କରିବେ ଆବେଦନ, ଜାଣନ୍ତୁ ପୂରା ପ୍ରକ୍ରିୟା ।

1,526

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଲା କାଳିଆ ସ୍କଲାରସିପର ଆବେଦନ ପ୍ରକ୍ରିୟା । ସମସ୍ତ କାଳିଆ ହିତାଧୀକାରୀଙ୍କ ପିଲାମାନେ ‘କାଳିଆ’ ଛାତ୍ରବୃତ୍ତି ପାଇଁ kalia.co.in/scholarship ୱେବସାଇଟରେ ଆବେଦନ କରିପାରିବେ । କୃତ୍ତି ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଗତ ସମସ୍ତ ଖର୍ଚ୍ଚ ଯଥା ପାଠ୍ୟକ୍ରମ, ହଷ୍ଟେଲ, ମେସ୍ ଦେୟ ପୂର୍ବ ନିଷ୍ପତି ଅନୁସାରେ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତି ହୋଇଛି ।

ଏହି ଛାତ୍ରବୃତ୍ତିରେ ଏହି ସବୁ ସୁବିଧା ମିଳିବ ।

ବୈଷୟିକ ତାଲିମ ଓ ଡ଼ିପ୍ଲୋମା ଭଳି ପାଠ୍ୟକ୍ରମ ଏହି ଛାତ୍ରବୃତ୍ତିରେ କାଳିଆ ହିତାଧିକାରୀଙ୍କ ପିଲାମାନେ ପାଇପାରିବେ । ଯେଉଁଥିରେ ୧୧ରୁ ଅଧିକ ବୈଷୟିକ ତାଲିମ, ୧୦୦ରୁ ଅଧିକ ଡ଼ିପ୍ଲୋମା ପାଠ୍ୟକ୍ରମ ପାଖାପାଖି ୧୪୬ଟି ଶିକ୍ଷାନୁଷ୍ଠାନରେ ପ୍ରଦାନ କରାଯିବ । ସମସ୍ତ ସରକାରୀ ଆଇ.ଟି,ଆଇ ପଲିଟେକନିକ୍, ବି-ଫାର୍ମା, ନର୍ସିଂ, ସର୍ଜିକାଲ୍ ଆସିଷ୍ଟାଣ୍ଟ ଭଳି ମୋଟ୍ ୧୨ଟି ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଏହି ଛାତବୃତ୍ତି ଲାଗୁ ହେବ ।

ସେହିଭଳି ୧୩ରୁ ଅଧିକ ବୃତ୍ତିଗତ ଶିକ୍ଷା ରାଜ୍ୟର ୩୦ରୁ ଉଦ୍ଧ୍ୱର୍ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମିଳିବ। ଯୋଗ୍ୟ ବିବେଚିତ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଏମ.ବି.ବି ଏସ, ବି.ବି.ଏସ. ବି.ଏ.ଏମ.ଏସ, ବି,ଫାର୍ମା, ବି.ଏସ.ସି ନର୍ସିଂ ଭଳି ୧୩ଟି ପାଠ୍ୟକ୍ରମ ପାଇଁ କାଳିଆ ଛାତ୍ରବୃତ୍ତିରେ ଆବେଦନ କରିପାରିବେ । ଅଧିକ ଜାଣିବା ପାଇଁ କାଳିଆ ହେଲ୍ପଲାଇନ୍ ୧୮୦୦୫୭୨୧୧୨୨ ନମ୍ବରରେ କଲ କରିପାରିବେ ।