ଗୁଜୁରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଭୋଟ ଦେଲେ ଗୃହମନ୍ତ୍ରୀ ଅମିତ ଶାହା

68

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅହମଦାବାଦ ନାରନପୁରା ସ୍ଥିତ ନଗରନିଗମ ଅଫିସରେ ମତଦାନ କରିଛନ୍ତି । ସମର୍ଥକମାନେ ଶାହାଙ୍କୁ ବୁଥକୁ ପାଛୋଟି ନେଇଥିଲେ । ଅମିତ ଶାହା ଭୋଟ କେନ୍ଦ୍ରରେ ତାଙ୍କ ମତ ସାବ୍ୟସ୍ତ କରିବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ଏହା ପରେ ଗଣମାଧ୍ୟମ ଆଗରେ କହିଥିଲେ ଯେ, ଗୁଜରାଟର ସାଧାରଣ ଜନତା ବିକାଶ ପାଇଁ ଭୋଟ ଦେବାକୁ ମତଦାନ କେନ୍ଦ୍ରକୁ ଯାଆନ୍ତୁ । ଏହାସହ ଅଧିକରୁ ଅଧିକ ଭୋଟ ଦେବାକୁ ଗୁଜରାଟବାସୀଙ୍କୁ ଅପିଲ କରିଛନ୍ତି ।