ଉତ୍ତରପ୍ରଦେଶରେ ଉପନିର୍ବାଚନ ମତଦାନ : ‘ଲୋକଙ୍କୁ ଭୋଟ ଦେବାକୁ ଅଟକାଉଛି ପୋଲିସ’ । ଅଭିଯୋଗ ଆଣିଲେ ଅଖିଳେଶ ଓ ଡିମ୍ପଲ ଯାଦବ

116

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୈନପୁରୀରେ ଚାଲିଛି ଉପନିର୍ବାଚନ । ଏଠାରେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡିଥିବା ମୈନପୁରୀ ଲୋକସଭା ଆସନ ପାଇଁ ଚାଲିଛି ମତଦାନ । ସମାଜବାଦୀ ପାର୍ଟି ଓ ବିଜେପି ମଧ୍ୟରେ ହେଉଛି କଡା ଟକ୍କର ।

ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଭୋଟ ଦେଇ ନିଜ ନଜର ମତ ସାବ୍ୟସ୍ତ କରିଛନ୍ତି ।ଏହାପରେ ଏକ ପ୍ରେସ୍ କନଫରେନ୍ସରେ ଯୋଗ ଦେଇ ବୁଥରେ ହେଉଥିବା ଅନିୟମିତତା ବାବଦରେ ଅଭିଯୋଗ ଆଣିଛନ୍ତି । ସମାଜବାଦୀ ପାର୍ଟିକୁ ହରାଇବାକୁ ଚକ୍ରାନ୍ତ ଚାଲିଛି । ପାର୍ଟି ସମର୍ଥକଙ୍କୁ ପୋଲିସ ଭୋଟ ଦେବାରୁ ରୋକୁଥିବା ଅଖିଳେଶ ଓ ଡିମ୍ପଲ ଅଭିଯୋଗ କରିଛନ୍ତି ।

କେବଳ ମୈନପୁରୀ ନୁହେଁ ରାମପୁରରେ ହେଉଥିବା ନିର୍ବାଚନରେ ମଧ୍ୟ ସମାଜବାଦୀ ପାର୍ଟି ସମର୍ଥକଙ୍କୁ ଭୋଟ ନଦେବାକୁ ରୋକାଯାଉଥିବା ଅଭିଯୋଗ ହୋଇଛି ।