ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ

160

ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ, ବିଭୁତି ଜେନା ନିବେଦିତ, ମୋହନ କୁମାର ଙ୍କ ଦ୍ୱାରା ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି l
ଚଳଚ୍ଚିତ୍ର “ଶମ୍ଭୁ” ର କାହାଣୀ ଶ୍ରୀମତୀ ଅନୁପମା ଜେନା ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ, ସଂଗୀତ ନିର୍ଦ୍ଦେଶନା ଦୀପକ କୁମାର ଦେଇଥିବା ବେଳେ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ର ଭାର ଏସ. ଦିଲ୍ଲୀପ ପଣ୍ଡା କାନ୍ଧେଇଛନ୍ତି l

ନବାଗତ ନାୟକ ଶୁଭମ ମୁଖ୍ୟ ନାୟକ ଚରିତ୍ର ରେ ଅଭିନୟ କରିଥିବା ବେଳେ ଚୁଲବୁଲି ନାୟିକା ତମନ୍ନା ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ l ତାଙ୍କ ସହିତ ସହଯୋଗୀ କଳାକାର ଭାବେ ବହୁତ ପରିଚିତ କଳାକାର ଯଥା : ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକରବି ଙ୍କ ସହିତ ଶିଶୁ କଳାକାର ଭାବେ ବିନପ୍ସା ଜେନା ପ୍ରମୁଖ ଅଭିନୟ କରିଛନ୍ତି l ଫାଇଟ୍ ମାଷ୍ଟର ଶୈଳେନ୍ଦ୍ର ମଧ୍ୟ ଏହି ଚଳଚ୍ଚିତ୍ର ସହିତ ଜଡିତ ଅଛନ୍ତି l ଏହି ଶୁଭ ମହୁରତ ଅବସରରେ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଯୋଗଦେଇ କ୍ଲାପ୍ ଦେଇଥିଲେ l ପରିଚାଳନା ଦାୟିତ୍ୱ ରେ ବିଜୁ ଏବଂ ଭରତ ଥିବାବେଳେ କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ସଂଯୋଜନା ସହିତ ଉପସ୍ଥାପନା କରିଥିଲେ l