ଗୃହ ମନ୍ତ୍ରାଳୟରେ ଉଚ୍ଚସ୍ତରୀୟ ବୈଠକ ଜାରି, ଏଲଜି ମନୋଜ ସିହ୍ନାଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ।

259

କନକ ବ୍ୟୁରୋ: ଗୁରୁବାର ଗୃହ ମନ୍ତ୍ରାଳୟରେ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଜମ୍ମୁକାଶ୍ମୀର ଉପରେ ଉଚ୍ଚସ୍ତରୀୟ ବୈଠକ ଜାରିରହିଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜାରି ଏହି ବୈଠକରେ ଏନଏସଏ ଅଜିତ ଡୋଭାଲ, କେନ୍ଦ୍ର ଗୃହସଚିବ ଅଜୟ ଭଲ୍ଲା, ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ, ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ‘ର’ ମୁଖ୍ୟ ସାମନ୍ତ ଗୋୟଲ, ସିଆରପିଏଫ ଡିଜି କୁଳଦୀପ ସିଂହ ସାମିଲ ରହିଛନ୍ତି ।

Union Home Minister Amit Shah chairs a high-level meeting on J&K at his North Block office

NSA Ajit Doval, Union Home Secy Ajay Bhalla, Army Chief Manoj Pandey, J&K LG Manoj Sinha along with Research & Analysis Wing Chief Samant Goel, CRPF DD Kuldiep Singh attended the meeting. pic.twitter.com/VYZXz83xZ1

— ANI (@ANI) August 25, 2022

ସୂଚନା ଅନୁସାରେ ଜମ୍ମୁକାଶ୍ମୀରର ବିକାଶ କାର୍ଯ୍ୟ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଚର୍ଚ୍ଚା ହୋଇଛି । ନିକଟରେ କାଶ୍ମୀର ପଣ୍ଡିତ ଏବଂ ଅଣକାଶ୍ମୀରିୟଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଏଥିରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।