ସ୍ୱାଧୀନତା ଦିବସ ପାଇଁ ହାଇଆଲର୍ଟ। ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି।

89

କନକ ବ୍ୟୁରୋ: ଆଗକୁ ସ୍ୱାଧୀନତା ଦିବସ ଓ ଏହି ସମୟରେ ଦେଶର ସମ୍ବେଦନଶୀଳ ସ୍ଥାନରେ ହୋଇପାରେ ବଡ ଧରଣର ଆତଙ୍କୀ ଆକ୍ରମଣ । ଗୁଇନ୍ଦା ବିଭାଗର ସୂଚନା ମିଳିବା ପରେ ଏବେ ଆଲର୍ଟରେ ପୂରା ଦେଶ । ରାଜଧାନୀ ଦିଲ୍ଲୀର ଭିଡ ସ୍ଥାନଗୁଡିକରେ ଦିଲ୍ଲୀ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ବଢାଇବା ବିଶେଷ ନଜର ରଖିବା ପାଇଁ କହିଛି ଗୁଇନ୍ଦା ସଂସ୍ଥା ।

ଆତଙ୍କୀ ଆକ୍ରମଣ ଆଶଙ୍କାରେ ଦିଲ୍ଲୀ ପୋଲିସକୁ ଏହି ରିପୋର୍ଟ ପଠାଇଛି ଇଂଟେଲିଜେଂସ ବ୍ୟୁରୋ । ଆଗକୁ ସ୍ୱାଧୀନତା ଦିବସ ଆସୁଥିବା ବେଳେ ଲସ୍କର ଏ ତୋଇବା, ଜୈସ ଏ ମହମ୍ମଦ ସମେତ ଅନ୍ୟ ଚରମପନ୍ଥୀ ସଂଗଠନ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । ଦିଲ୍ଲୀର ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଏ ଆକ୍ରମଣ ହୋଇପାରେ ଆଶଙ୍କା କରି ଏବେ ଦିଲ୍ଲୀ ପୋଲ୍ିସକୁ ସଜାଗ କରାଇଛି ଇଂଟେଲିଜେଂସ ବ୍ୟୁରୋ । ଚଳିତ ବର୍ଷ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଏବେ ଦିଲ୍ଲୀ ପୋଲିସ୍ ତତ୍ପର ହୋଇଯାଇଛି ।