ବଦଳିଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ । ହେମନ୍ତ ନଗରଲେଙ୍କୁ ମିଳିଲା ଦାୟିତ୍ୱ

114

କନକ ବ୍ୟୁରୋ : ମୁମ୍ବାଇ ପୋଲିସ କମିଶନର ଭାବେ ୧ ବର୍ଷ କାର୍ଯ୍ୟ କରିବା ପରେ ପରମବୀର ସିଂଙ୍କୁ ତାଙ୍କ ପଦରୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ହେମନ୍ତ ନଗରଲେଙ୍କୁ ମିଳିଛି ଦାୟିତ୍ୱ । ୧୯୮୮ ବ୍ୟାଚର ଆଇପିଏସ୍ ପରମବୀର ସିଂଙ୍କୁ ୨୦୨୦ ଫେବୃଆରୀ ୨୯ ତାରିଖରେ ଆଇପିଏସ୍ ସଂଜୟ ବରବେଙ୍କ ସ୍ଥାନରେ ମୁମ୍ବାଇ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଥିଲା । କୁହାଯାଉଛି କି ଆଣ୍ଟାଲିଆରୁ ମିଳିଥିବା ବିସ୍ଫୋଟକ ସାମଗ୍ରୀ ମାମଲାକୁ ନେଇ ପୋଲିସ ଅଧିକାରୀ ସଚୀନ ବାଜେଙ୍କ ସହ ସଂପର୍କ ଥିବା ଦର୍ଶାଇ ପରମବୀର ସିଂଙ୍କୁ ପଦରୁ ବଦଳି କରାଯାଇଛି । ଅନ୍ୟପଟେ ସଚୀନ ବାଜେଙ୍କୁ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ନେଇଛି ।

ପରମବୀର ସିଂ କିଛିଦିନ ପୂର୍ବରୁ ଟିଆରପି ମାମଲାର ପର୍ଦ୍ଦାଫାସ୍ କରି ଚର୍ଚ୍ଚାରେ ରହିଥିଲେ । ଯେଉଁଥିରେ କିଛି ବୈଦ୍ୟୁତିକ ଗଣମାଧ୍ୟମ କିଛି ଲୋକଙ୍କୁ ଟଙ୍କା ଦେଇ ସେମାନଙ୍କୁ ତାଙ୍କ ଚ୍ୟାନେଲ ଦେଖିବାକୁ ପ୍ରବତ୍ତାଇ ଥିବା କଥା ସାମ୍ନାକୁ ଆସିଥିଲା । ଏନେଇ ୫ ଟି ନ୍ୟୁଜ୍ ଓ ଏଣ୍ଟରଟନମେଣ୍ଟ ଚ୍ୟାନେଲ ଉପରେ ଅଭିଯୋଗ ଆସିଥିଲା ।

ଅନ୍ୟପଟେ ମୁମ୍ବଇର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଥିବା ହେମନ୍ତ ନାଗରଲେ ୧୯୮୭ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଆଇପିଏସ୍ ଅଟନ୍ତି । ପୋଲିସ ବିଭାଗରରେ ତାଙ୍କର ଦୀର୍ଘ ଅନୁଭବ ରହିଛି । ବିଭାଗରେ ତାଙ୍କର ଉତ୍ତମ ସେବା ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି ।