ଗଞ୍ଜାମରେ ପୂର୍ବ ଭଳି ସ୍ଥିତି ହେବାର ସମ୍ଭାବନା ନାହିଁ । କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ।

258

କନକ ବ୍ୟୁରୋ : ଗଞ୍ଜାମରେ କେମିତି ରହିଛି କରୋନା ସ୍ଥିତି ? ଗଞ୍ଜାମର କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲାପାଳ କହିଛନ୍ତି, ଗଞ୍ଜାମରେ ପୂର୍ବ ଭଳି ସ୍ଥିତି ହେବାର ସମ୍ଭାବନା ନାହିଁ । ୧୫ ଦିନ ହେଲା ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଏବେ ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୁପେ ସତର୍କ ରହିଛି । ପ୍ରବାସୀ ଓଡ଼ିଆ ଫେରିବାର କିଛି ସୂଚନା ନାହିଁ । ତେବେ କୋଭିଡ୍ ଗାଇଡଲାଇନ୍ ପାଳନ ଉପରେ ଜୋର ଦିଆଯାଉଛି । ଜିଲ୍ଲାରେ ପ୍ରତିଦିନ ଏକ ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି ।