କର୍ଣ୍ଣାଟକରେ ବର୍ଷା ବିତ୍ପାତ । ଓଲଟିଲା ଏକ୍ସପ୍ରେସ୍ , ଧୋଇଗଲା ରାଜପଥ । ସେପଟେ ମହାରାଷ୍ଟ୍ର ବନ୍ୟାରେ ମୃତ୍ୟୁସଂଖ୍ୟା ୧୫୦କୁ ବୃଦ୍ଧି ।

216

କନକ ବ୍ୟୁରୋ: କର୍ଣ୍ଣାଟକରେ ଭୀଷଣ ବର୍ଷା ଯୋଗୁଁ ଶନିବାର  ନିଜାମୁଦ୍ଦିନ ୱାସ୍କୋଡିଗାମା ଏକ୍ସପ୍ରେସ୍ ଟ୍ରାକରୁ ଖସିପଡିଛି । ଏଥିରେ କୌଣସି ଧନଜୀବନ ହାନି ହୋଇନାହିଁ । ତେବେ କିଛି ଟ୍ରେନର ଚଳାଚଳ ବାତିଲ କରାଯାଇଛି ଏବଂ କିଛି ସ୍ଥାନରେ ମୂଷଳଧାରରେ ବର୍ଷା ଯୋଗୁଁ ଟ୍ରେନ୍ ଲାଇନ୍ ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଉତ୍ତର କର୍ଣ୍ଣାଟକରେ କିଛି ରାଜପଥ ମଧ୍ୟ ଭୀଷଣ ବର୍ଷାରେ ଧୋଇଯାଇଛି । ଅନ୍ୟପଟେ ମହରାଷ୍ଟ୍ର ଓ ଗୁଜୁରାଟରେ ବନ୍ୟା ସ୍ଥିତିରେ କୌଣସି ସୁଧାର ଆସିନାହିଁ । ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୧୫୦ ଛୁଇଁଥିବାବେଳ କେବଳ ଭୂସ୍ଖଳନରେ ୪୪ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରାୟଗଡ ଜିଲ୍ଲାର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।  ମାସକର ବ୍ୟବଧାନ ପରେ ଫେରିଅସିଥିବା ମୌସୁମୀରେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଆଡେ ହାହାକାର । ତଳେ ପାଣି ଉପରେ କଳାହାଣ୍ଡିଆ ବାଦଲ ଏହା ଭିତରେ ହନ୍ତସନ୍ତ ହେଉଛନ୍ତି ଲୋକେ । କିଛି ସ୍ଥାନରେ ଏକ ମହଲା ବୁଡି ଦୁଇମହଲାକୁ ଧରିଲାଣି ପାଣି । ଫଳରେ ଆତଙ୍କିତ ଲୋକେ ଘରଛାଡି ପଳାଇବାକୁ ବାଧ୍ୟ ହେଉଛନ୍ତି । କିଛି ସ୍ଥାନରେ ମହିଳାମାନେ ମଧ୍ୟ ଟ୍ୟୁବ ଯୋଗେ ଅନ୍ୟତ୍ର ପଳାଇବା ଦେଖିବାକୁ ମିଳୁଛି । ଏପଟେ ରତ୍ନପୁରୀର ଚିପଲୁନ୍ ଇଲାକରେ ମଧ୍ୟ ପରିସ୍ଥିତି ଅସମ୍ଭାଳ । ଏବେବି ସେଠାରେ ସେନାର ଉଦ୍ଧାର କାର୍ଯ୍ୟ ଚଲାଇଛି ।