ଆନ୍ଧ୍ର ପୋଲାଭରମ ଯୋଗୁ ଫୁଲୁଛି ଗୋଦାବରୀ ନଦୀ । ଆନ୍ଧ୍ର ସହ ମାଲକାନଗିରି ଓ ଛତିଶଗଡ଼ର ଯୋଗାଯୋଗ ବିଚ୍ଛିନ୍ନ । କୁନାଭରମ- ଭଦ୍ରାଚଲମ ମୁଖ୍ୟ ରାସ୍ତାରେ ବନ୍ୟାଜଳ ।

118

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଫୁଲିବାରେ ଲାଗିଛି ଗୋଦାବରୀ ନଦୀ । ଏହାକୁ ନେଇ ବିପଦଜ୍ଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ତେଲେଙ୍ଗାନାର ଭଦ୍ରାଚଲମ ନିକଟରେ ୪୦ ଫୁଟ ଉଚ୍ଚରେ ଗୋଦାବରୀ ପାଣି ପ୍ରବାହିତ ହେଉଛି । ଯାହା ପାଇଁ କୁନାଭରମ-ଭଦ୍ରାଚଲମ ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହୋଇ ମାଲକାନଗିରିରୁ ଆନ୍ଧ୍ର ଏବଂ ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୋଦାବରୀ ନଦୀ ଅସ୍ୱାଭାବିକ ଭାବେ ଫୁଲିବା ଯୋଗୁ ଏଥରେ ମିଶିଥିବା ସାବେରୀ ଓ ସିଲେରୀ ନଦୀର ଜଳପତନ ବି ବୃଦ୍ଧି ପାଇବାରେ ଲାଗିଛି । ଗୋଦାବରୀ ନଦୀର ତଳମୁଣ୍ଡରେ ଆନ୍ଧ୍ରପ୍ରଦେଶର ବହୁମୁଖୀ ପୋଲାଭରମ ପ୍ରକଳ୍ପ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି ।