ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ, ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା। ୨୭ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା। 

143

କନକ ବ୍ୟୁରୋ : ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲାଗିରହିଛି ବର୍ଷା । ୨୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ଏହା ପ୍ରଭାବରେ ୨ ଦିନ ବର୍ଷା ସମ୍ଭାବନା । ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ହୋଇପାରେ ପ୍ରବଳ ବର୍ଷା । ପୁଣି ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ପ୍ରଭାବରେ ୪ ତାରିଖ ଯାଏଁ ବର୍ଷା ଲାଗିରହିବା ନେଇ କରାଯାଇଛି ଆକଳନ । ଯଦି ପାଣିପାଗ ବିଭାଗର ପୂର୍ବାନୁମାନ ଠିକ୍ ହୁଏ ତେବେ ବର୍ଷାରେ ଭିଜିପାରେ ଦଶହରା ।