ଦେଶରେ ପୁଣି ବଢ଼ୁଛି କୋଭିଡ଼ ସଂକ୍ରମଣ, କେମିତି ସତର୍କ ରହିବେ ଆପଣ ? କରୋନାକୁ ନେଇ ଅଶ୍ୱିନୀ ହସ୍ପିଟାଲ ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହେଲା ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀ ।

181

କନକ ବ୍ୟୁରୋ : କୋଭିଡର ପୁନଃସଂକ୍ରମଣ ପରିପ୍ରେକ୍ଷୀରେ ଟିକାକରଣ । ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଓଡ଼ିଶାରେ ପୁନଃସଂକ୍ରମଣକୁ ରୋକିବା ପାଇଁ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ । ଜୁଲାଇ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକାକରଣ ଲକ୍ଷ୍ୟରେ ଓଡ଼ିଶାକୁ ସାମିଲ ହେବାକୁ ପଡ଼ିବ ବୋଲି ଆଜି ଭୁବନେଶ୍ୱରରେ ଅଶ୍ୱିନୀ ହସ୍ପିଟାଲ ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀରେ ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି ।

ଦେଶରେ ପୁଣି ବଢ଼ୁଛି କୋଭିଡ଼ ସଂକ୍ରମଣ, କେମିତି ସତର୍କ ରହିବେ ଆପଣ ? ଏଭଳି ପ୍ରସଙ୍ଗରେ ଅଶ୍ୱିନୀ ହସ୍ପିଟାଲ ଓ କନକନ୍ୟୁଜ୍ ପକ୍ଷରୁ ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀରେ ବିଶଦ ଭାବେ ଆଲୋଚନା କରିଥିଲେ ରାଜ୍ୟର ପ୍ରମୁଖ ପ୍ରଶାସନିକ କର୍ମକର୍ତ୍ତା, ଡାକ୍ତର ଓ ଗଣମାଧ୍ୟମ ପ୍ରତିନିଧି । ଜୁଲାଇ ସୁଦ୍ଧା ଭାରତରେ ୩୦ କୋଟି ଲୋକଙ୍କୁ କିଭଳି କୋଭିଡ଼ ଟିକା ଦିଆଯାଇପାରିବ ସେନେଇ ଚର୍ଚ୍ଚା ହୋଇଥିଲା । ଓଡ଼ିଶାର ଟିକାକରଣ ହାର ଭଲ ରହିଛି । ଘରୋଇ ଓ ସରକାରୀ ଡାକ୍ତରଖାନା ଜରିଆରେ ଏହା ସମ୍ଭବ ବୋଲି କହିଥିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଅନ୍ୟପଟେ ଫୁସଫୁସ ରୋଗରେ ଦେଶରେ ତୃତୀୟ ସର୍ବାଧିକ ରୋଗୀ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ଅଶ୍ୱିନୀ ହସ୍ପିଟାଲ ଗ୍ରୁପ୍ ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା “ଅଶ୍ୱିନୀ ଲଙ୍ଗ ଇନଷ୍ଟିଚ୍ୟୁଟ୍’’ କୋଭିଡ ପରବର୍ତ୍ତୀ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ ବୋଲି କହିଥିଲେ ଅଶ୍ୱିନୀ ହସ୍ପିଟାଲର ନିର୍ଦ୍ଦେଶକ ସୁବ୍ରତ ଜେନା ଓ ମାୟା ଗନ୍ତାୟତ । କୋଭିଡ ପରବର୍ତୀ ଚିକିତ୍ସାରେ ଏହି ଇନଷ୍ଟିଚ୍ୟୁଟ୍ ସହାୟକ ହୋଇପାରିବ ।

କେବଳ ଗବେଷଣା ଓ ଚିକିତ୍ସା ଜରିଆରେ ଲୋକଙ୍କୁ ସଚେତନ କରିବା ସମ୍ଭବ ନୁହେଁ । ଏଥିପାଇଁ ଗଣମାଧ୍ୟମର ଭୂମିକା ରହିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଶ୍ୱିନୀ ଗ୍ରୁପ୍ ଅଫ୍ ହସ୍ପିଟାଲର କାମକୁ ଗଣମାଧ୍ୟମ ଭାବେ କନକ ନ୍ୟୁଜ୍ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇପାରିବ ବୋଲି ମତପ୍ରକାଶ ପାଇଥିଲା ।