ହଷ୍ଟେଲ ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷକ ସସପେଣ୍ଡ । ମୃତ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା କହିଲେ ସହପାଠୀ

355

କନକ ବ୍ୟୁରୋ: ହଷ୍ଟେଲ ଛାତରୁ ପଡ଼ି ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ । ପ୍ରାଥମିକ ପ୍ରମାଣ ଆଧାରରେ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲଙ୍କୁ ନିଲମ୍ବନ କରାଯାଇଥିବା ଦର୍ଶାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ପଟୁଆଡିହି ପଞ୍ଚାୟତ ହାଇସ୍କୁଲ ହଷ୍ଟେଲ ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ । କିଛି ଦିନ ହେବ ସେ ମାନସିକ ଚାପରେ ଥିବା ତାଙ୍କ ସହପାଠୀ ଅଭିଯୋଗ ଆଣିଛନ୍ତି । ମୃତ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ହଷ୍ଟେଲ ୱାର୍ଡେନ ଓ ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ସ୍କୁଲ କର୍ତ୍ତୁପକ୍ଷ ଏହାକୁ ଦୁର୍ଘଟଣା ବୋଲି ଦର୍ଶାଉଛନ୍ତି ।