କର୍ଣ୍ଣାଟକରେ ସିଦ୍ଧରମୈୟା ମୁଖମନ୍ତ୍ରୀ ଓ ଶିବ କୁମାର ହେବେ ଉପମୁଖ୍ୟମନ୍ତ୍ରୀ । ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ପାଇଁ ଦେଲେ ଦାବିପତ୍ର

345

କନକ ବ୍ୟୁରୋ : ଆସନ୍ତାକାଲି କର୍ଣ୍ଣାଟକରେ ନୂଆ କଂଗ୍ରେସ ସରକାର ଶପଥ ନେବେ । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଓ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବେ । ଶପଥ ଗ୍ରହଣ ସମାରୋହ ବେଙ୍ଗାଲୁରୁରେ ହେବ । ଆଉ ଶପଥ ଗ୍ରହଣ ସମାରୋହରେ ମୋଦି ବିରୋଧୀ ଏକାଠି ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ଏଥିରେ ସୋନିଆ , ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରିଛି  କର୍ଣ୍ଣାଟକ କଂଗ୍ରେସ ।

ଏହାଛଡା ସମସ୍ତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅଣ-ବିଜେପି ମୁଖ୍ୟମନ୍ତ୍ରୀ ଓ ନେତାଙ୍କୁ ନିମନ୍ତ୍ରଣ ବି କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱ ଯାଦବ ଓ ସମାଜାବଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ।  ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଛି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଆନ୍ଧ୍ର ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳିନାହିଁ  ।