ଗୋବିନ୍ଦ ସାହୁଙ୍କ ସମ୍ପର୍କୀୟଙ୍କ ବିସ୍ଫୋରକ ବୟାନ । ପେଶାଦାର ହତ୍ୟାକାରୀଙ୍କୁ ନେଇ ଗୋବିନ୍ଦଙ୍କୁ କରାଯାଇଛି ହତ୍ୟା

391

କନକ ବ୍ୟୁରୋ : ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଖବର ଭିତରେ ସାଂଘାତିକ୍ ଅଭିଯୋଗ ଆଣିଲେ ତାଙ୍କ ସମ୍ପର୍କୀୟ । ଗୋବିନ୍ଦ ସାହୁଙ୍କ ଭିଣେଇ ମହେନ୍ଦ୍ର ସାହୁ ଅଭିଯୋଗ ଆଣି କହିଛନ୍ତି, ଯେତେବେଳେ ଗୋବିନ୍ଦଙ୍କ ଆତ୍ମହତ୍ୟା କଥା ଶୁଣିଲୁ, ସେତେବେଳେ ଆତ୍ମହତ୍ୟା କଥା ଆମର ବିଶ୍ୱାସ ହୋଇନଥିଲା । ଗୋବିନ୍ଦ ସାହୁ ଜଣେ ଦୃଢୋମନା ବ୍ୟକ୍ତି । ସେ ତାଙ୍କ ଜୀବନରେ ଅନେକ ଝଡଝଞ୍ଜା ଦେଖିଛନ୍ତି । ସେ କେବେ ବି ଜେଲ ଭିତରେ ଆତ୍ମହତ୍ୟା କରିପାରିବେ ନାହିଁ । ପେଶାଦାର ହତ୍ୟାକାରୀଙ୍କୁ ଲଗାଇ ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି । ଯଦି ସେ ଆତ୍ମହତ୍ୟା କରିବାର ଥିଲା, ଦୋଷୀ ସାବ୍ୟସ୍ତ ହେବା ପରେ ଆତ୍ମହତ୍ୟା କରିଥାନ୍ତେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜେଲ୍ ଏକ ସୁରକ୍ଷିତ ସ୍ଥାନ, ସେଠାରେ କଏଦୀଙ୍କ ଉପରେ ନଜର ରଖିବା ପାଇଁ ଅନେକ ଷ୍ଟାଫ୍ ଅଛନ୍ତି । ତେଣୁ ଜେଲ ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା କୌଣସି ପ୍ରକାର ସମ୍ଭବ ନୁହେଁ । ତାଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । ପ୍ରଫେସନାଲ କିଲରଙ୍କୁ ନେଇ ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି । ଯେଉଁମାନେ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତ ଅଛନ୍ତି ସେମାନେ ହିଁ ଏହି ହତ୍ୟା କରିଥାଇ ପାରନ୍ତି । କାରଣ ଗୋବିନ୍ଦ ଯେତେବେଳେ ଆମ ସହିତ କଥାବାର୍ତ୍ତା ହେଉଥିଲା ସେତେବେଳେ ଆତ୍ମହତ୍ୟା କଲାଭଳି ଚିନ୍ତାଧାରା ପରିଲକ୍ଷିତ ହୋଇପାରିନଥିଲା । ଗତ କିଛିଦିନ ତଳେ ତାଙ୍କ ସ୍ତ୍ରୀଙ୍କ ସହ ଗୋବିନ୍ଦ କଥା ହୋଇଥିଲେ । ଆଉ କହିଥିଲେ, ମୁଁ ନିର୍ଦ୍ଦୋଷ, ମୋର କେହି କିଛି କରିପାରିବେ ନାହିଁ । କିଛି ଦିନ ପରେ ମୁଁ ଖଲାସ ହୋଇଯିବି । ଏତେ ଭଲସେ କଥା ହେବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ।

ଗୋବିନ୍ଦଙ୍କ ପକେଟରୁ ଯେଉଁ ନୋଟ୍ ବାହାରିଥିଲା । ତାକୁ ପଢିବା ପାଇଁ ଆମେ କହିଥିଲୁ କିନ୍ତୁ ନୋଟ୍ ପଢିବାକୁ ମନା କରିଦିଆଯାଇଥିଲା । ପ୍ରଥମେ ପୋଲିସ ହଁ କରିଥିଲେ କିନ୍ତୁ ପରେ ମନା କରିଦେଲେ ।