କରୋନା ଭୂତାଣୁ: କେତେ ଘାତକ ଓମିକ୍ରନରେ ସବ୍ ଭାରିଆଣ୍ଟ ବିଏଫ. ୭?

202

କନକ ବ୍ୟୁରୋ: ଚୀନରେ ବେକାବୁ ହେବାରେ ଲାଗିଛି କରୋନାର ଓମିକ୍ରନର ସବ ଭାରିଆଣ୍ଟବିଏଫ.୭ । ଭାରତରେ ବର୍ତ୍ତମାନ ସୁଦ୍ଧା ଏହି ଭଳି ୩ଟି ମାମଲା ଚିହ୍ନଟ ହୋଇଛି । ତେବେ ପ୍ରଶ୍ନ ଉଠୁଛି ଯେ ଚୀନରେ କାୟା ବିସ୍ତାର କରିବା ପରେ ଏହି ଭୂତାଣୁ ଭାରତରେ ଚିନ୍ତା ବଢାଇବ କି?

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଯେତେବେଳେ କୌଣସି ଭାଇରସ ମୁଟ୍ୟେସନ ହୋଇଥାଏ ତେବେ ଏହାର ଗୋଟିଏ ନୂଆ କ୍ୟାଟେଗୋରୀ ଏବଂ ସବ କ୍ୟାଟେଗୋରୀର ଶୁଭାରମ୍ଭ ହୋଇଥାଏ । ବିଏଫ.୭ ଗୋଟିଏ ନୂଆ ଭୂତାଣୁ ନୁହେଁ । ପୂର୍ବରୁ ଆସିଥିବା ବିଏ.୫.୨.୧.୭ ଭୂତାଣୁ ମଧ୍ୟ ଆସିସାରିଛି । ଓମିକ୍ରନର ସବ ଭାରିଆଣ୍ଟବିଏଫ.୫ରୁ ଏହା ମ୍ୟୁଟେସନ ହୋଇ ବିଏଫ.୭ ଭାବେ ସାମ୍ନାକୁ ଆସିଛି ।

ସାଇନ୍ସ ଜର୍ଣ୍ଣାଲ ହୋଷ୍ଟ ଆଣ୍ଡ ମାଇକ୍ରୋବର ଗବେଷଣା ଅନୁସାରେ, ବିଏଫ.୭ ଏହାର ବାସ୍ତବିକ ଭାରିଆଣ୍ଟଠାରୁ ୪ ଗୁଣା ଅଧିକ ପ୍ରତିରୋଧୀ ଭାଇରସ ପ୍ରସ୍ତୁତ କରିଥାଏ । ଏହାର ଅର୍ଥ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏଫ.୭ ଭାଇରସ ନଷ୍ଟ କରିବାର କ୍ଷମତା କମ ଥାଏ । ଗବେଷଣା ଅନୁସାରେ ଏହି ଭାରିଆଣ୍ଟରେ ସଂକ୍ରମଣର କ୍ଷମତା ମଜବୁତ ରହିଥାଏ । ଶୁଣିବାକୁ ମିଳୁଛି ଏହି ସବ ଭାରିଆଣ୍ଟ କାରଣରୁ ଚୀନରେ ସଙ୍କଟ ବଢିବାରେ ଲାଗିଛି ।

ତେବେ ଏହି ସବ ଭାରିଆଣ୍ଟ ପୂର୍ବରୁ ସଂକ୍ରମିତ ଏବଂ ଟିକା ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ଚୀନ ଛଡା ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଡେନମାର୍କ ଏବଂ ବେଲଜିୟମ ଭଳି ଦେଶରେ ଏହି ସବ ଭାରିଆଣ୍ଟର ମାମଲା ସାମ୍ନାକୁ ଆସିସାରିଛି । ଅକ୍ଟୋବରରେ ଆମେରିକାରେ ଆସିଥିବା ମୋଟ ସଂକ୍ରମଣ ମାମଲାରୁ ବିଏ.୭, ୫ ପ୍ରତିଶତ । ବ୍ରିଟେନରେ ଏହା ୭.୨୬ ପ୍ରତିଶତ ରହିଥିଲା ।

୨୦୨୨ ଜାନୁଆରୀରେ କରୋନାର ଯେଉଁ ମାମଲା ସାମ୍ନାକୁ ଆସିଥିଲା ସେଥିରେ ଓମିକ୍ରନର ବିଏ.୧, ବିଏ. ୨ ସବ ଭାରିଆଣ୍ଟ ରହିଥିଲା । ଏହା ପରେ ବିଏ.୪, ବିଏ.୫ ଭଳି ସବ ଭାରିଆଣ୍ଟ ଆସିଥିଲା । ତେବେ ୟୁରୋପୀୟ ଦେଶ ଭଳି ଭାରତରେ ସେହିଭଳି ହାନି ଦେଖିବାକୁ ମିଳିନଥିଲା । ବୁଧବାର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସହ ବିଶେଷଜ୍ଞମାନଙ୍କ ସହ ବୈଠକ ପରେ ଦେଶରେ ବର୍ତ୍ତମାନ ସବ ଭାରିଆଣ୍ଟର ମାମଲା ବଢିନଥିବା କହିଛନ୍ତି । ତେବେ ଆମକୁ ସାବଧାନ ରହିବାକୁ ପଡିବ ।