ବିମୁଦ୍ରାକରଣ ଓ ଜିଏସଟିର ପ୍ରଭାବ ! ୨୦୧୭-୧୮ରେ ଜିଡିପି ୬.୫ପ୍ରତିଶତକୁ ଖସିବା ନେଇ ଆକଳନ କଲା କେନ୍ଦ୍ରୀୟ ପରିସଂଖ୍ୟନ ସଙ୍ଗଠନ

24

କନକ ବ୍ୟୁରୋ: ବିମୁଦ୍ରକାରଣ ଓ ଜିଏସଟିର ପ୍ରଭାବ । ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬.୫ ପ୍ରତିଶତ ସ୍ତରକୁ ଖସିଯିବ । ଏପରି ପୂର୍ବାନୁମାନ କରିଛି କେନ୍ଦ୍ର ପରିସଂଖ୍ୟନ ସଙ୍ଗଠନ , ସିଏସଓ ।  ଆର୍ଥିକ ବର୍ଷ ୨୦୧୬-୧୭ରେ ଜିଡିପି ଦର ୭.୧ ପ୍ରତିଶତ ରହିଥିଲା । ତେଣୁ ଚଳିତ ଆର୍ଥିକ ବର୍ଷରେ ଜିଡିପି ହ୍ରାସ ମୋଦି ସରକାରଙ୍କ ଅର୍ଥିକ ବିକାଶ ପ୍ରସଙ୍ଗରେ ଶକ୍ତ ଝଟକା ବୋଲି ବିଚାର କରାଯାଉଛି । ଏହି ଅଭିବୃଦ୍ଧି ହାର  ୪ ବର୍ଷ ମଧ୍ୟରେ ସବୁଠାରୁ ତଳକୁ ଚାଲିଯିବ ।

ଜିଏସଟି ଓ ଓ ବିମୁଦ୍ରକାରଣ ଯୋଗୁଁ ଏଭଳି ପ୍ରତିକୂଳ ପ୍ରଭାବ ପଡିଥିବା ଅନୁମାନ କରାଯାଉଛି ।  ଆସନ୍ତା ପେଂବୃଆରୀ ପହିଲାରେ ସାଧାରଣ ବଜେଟ ଉପସ୍ଥାପିତ ହେବାକୁ ଥିବାବେଳେ ସିଏସଓର ଏଭଳି ଅନୁମାନ ସରକାରଙ୍କୁ ଚିନ୍ତାରେ ପକାଇଛି ।  କୃଷି ଓ ଉତ୍ପାଦନ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ  ଚଳିତ ଆର୍ଥିକ ବର୍ଷର ଜିଡିପି ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି । ଏଭଳି ଅନୁମାନ ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ରହିଥିବା ସ୍ପଷ୍ଟ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଜିଡିପିରୁ ନିଟ୍ ଟିକସକୁ ବାଦ୍ ଦେଲେ ଯେଉଁ ରାଶି ମିଳେ ତାହାକୁ ଜିଭିଏ କୁହାଯାଇଥାଏ । ଅର୍ଥନୀତିର ଅଭିବୃଦ୍ଧିକୁ ମାପିବା ପାଇଁ ଜିଡିପି ତୁଳନାରେ ଜିଭିଏକୁ ସମ୍ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି । ଉଭୟ ଜିଡିପି ଏବଂ ଜିଭିଏ ହ୍ରାସ ପାଇବ ବୋଲି ଆକଳନ ଦ୍ୱାରା ଅର୍ଥନୀତିରେ ମାନ୍ଦାବସ୍ଥା ରହିଥିବା ଚିତ୍ର ସ୍ପଷ୍ଟ ହୋଇଯାଇଛି । ସରକାର ଆସନ୍ତା ଆର୍ଥିକ ବର୍ଷର ବଜେଟ୍ ଆସନ୍ତା ମାସ ୧ ତାରିଖରେ ଆଗତ କରିବେ ବୋଲି ଆଜି ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସିଏସଓର ଜିଡିପି ତଥ୍ୟ ସରକାରଙ୍କୁ ଅଧିକ ଚିନ୍ତିତ କରିବା ସ୍ୱାଭାବିକ । ମାନ୍ଦାବସ୍ଥାକୁ ପ୍ରତିହତ କରିବା ଲାଗି ବଜେଟରେ ଏନେଇ ପ୍ରସ୍ତାବ ରଖିବାକୁ ପଡ଼ିବ ବୋଲି ଅର୍ଥନୀତି ବିଶେଷଜ୍ଞ ମତ ଦେଇଛନ୍ତି କୃଷି ଏବଂ ମ୍ୟାନୁଫାକଚରିଂ (ଉତ୍ପାଦନ) କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଜିଡିପି ହାର ହ୍ରାସ ପାଇବ ବୋଲି କୁହାଯାଇଛି ।

ସିଏସଓ ତଥ୍ୟରୁ ଏହା ମଧ୍ୟ ଜଣାଯାଇଛି ଯେ କୃଷି, ଜଙ୍ଗଲ ଏବଂ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୨.୧ ପ୍ରତିଶତ ରହିବ, ଯାହାକି ଗତ ଆର୍ଥିକ ବର୍ଷରେ ୪.୯ ପ୍ରତିଶତ ରହିଥିଲା । ସେହିଭଳି ୨୦୧୬-୧୭ରେ ମ୍ୟାନୁଫାକ୍ଚରିଂ କ୍ଷେତ୍ରର ଅଭିବୃଦ୍ଧି ୭.୯ ପ୍ରତିଶତ ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୪.୬ ପ୍ରତିଶତକୁ ଖସି ଆସିବ ବୋଲି ଆକଳନ କରାଯାଇଛି । ଏତଦବ୍ୟତୀତ ଖଣି କ୍ଷେତ୍ରର ଅଭିବୃଦ୍ଧି ମଧ୍ୟ ମନ୍ଥର ରହିବ। ସିଏସଓ ପକ୍ଷରୁ ଦର୍ଶାଯାଇଥିବା ତଥ୍ୟରେ ଅକ୍ଟୋବର ମାସର ଶିଳ୍ପ ଅଭିବୃଦ୍ଧି ୩ ମାସ ମଧ୍ୟରେ ସର୍ବନିମ୍ନ ଅର୍ଥାତ୍ ୨.୨ ପ୍ରତିଶତରେ ରହିଛି ।