ଦଳରେ ଚୟନ କରିନଥିବା କୋଚଙ୍କୁ ଗୁରୁଦିବସର ଶୁଭେଚ୍ଛା ଜଣାଇଲେ ଗାଙ୍ଗୁଲି: ସେୟାର କଲେ ଖରାପ ସମୟର କଥା…

141

କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁ ଦିସବରେ ନିଜ ଗୁରୁମାନଙ୍କୁ ମନେ ପକାଇଛନ୍ତି । ଆଜି ସେ ଏକ ଭିଡିଓ ସେୟାର କରି ନିଜ ଜୀବନର କିଛି ଖାସ କଥା କହିଛନ୍ତି । ଏହାସହ କହିଛନ୍ତି ନିଜ ଫେବରେଟ ଗୁରୁ କିଏ । ଟିମରେ ଜାଗା ପାଇବାଠୁ ଆରମ୍ଭ କରି ବାହାର ହେବା ପୁଣି ଫେରିବାର ସଂଘର୍ଷ କାହାଣୀ ସେ ଫ୍ୟାନମାନଙ୍କ ସାମ୍ନାରେ ରଖିଛନ୍ତି ।

ଗୁରୁ ଦିବସରେ ଗାଙ୍ଗୁଲି ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, ଦେବୋ ମିତ୍ର, ଜନ ରାଇଟ ଆଉ ମୋର ଅତି ପ୍ରିୟ ଗ୍ୟାରି କଷ୍ଟେନ ଓ ଗ୍ରେଗ୍ ଆପଣ ମାନଙ୍କୁ ଗୁରୁ ଦିବସର ଶୁଭେଚ୍ଛା । ଏହାସହ ସେ ସେହି ଭିଡିଓରେ କହିଛନ୍ତି ମୁଁ ସେହି ମଣିଷଙ୍କୁ ବି ଶୁଭେଚ୍ଛା ଜଣାଇବାକୁ ଚାହୁଁଛି ଯିଏ ମୋ ଜୀବନ ବଦଳାଇକି ରଖିଦେଇଥିଲେ ।

ସେ ଆହୁରି କହିଛନ୍ତି ୧୯୨ ହେଉ କି ଆଜିର ଦିନ ଗୋଟିଏ ଜିନିଷ ସବୁ ବେଳେ ଆପଙ୍କ ସାଥିରେ ଥିବ ସେ ହେଉଛି ଅସଫଳତା । ମୋର ମନେ ଅଛି ପ୍ରଥମ ଗସ୍ତ କଥା, ଯେତେବେଳେ ମୁଁ ୧୯ ବର୍ଷର ଥିଲି । ସଚିନ ତେନ୍ଦୁଲକର ଯିଏ ଟିମରେ ନିଜ ସ୍ଥାନ ପକ୍କା କରିସାରିଥିଲେ । ସେହି ମ୍ୟାଚରେ ସେ ୭୭ ରନ କରିଥିଲେ ଆଉ ମୁଁ ଶସ୍ତାରେ ଆଉଟ ହୋଇଯାଇଥିଲି । ଫଳରେ ମତେ ୪ ବର୍ଷ ଟିମରୁ ବାହାର ହେବାକୁ ପଡିଥିଲା । ଏହି ସମୟ ମତେ ବହୁତ କିଛି ସିଖାଇଛି । ଆଉ ବହୁତ ଜିନିଷକୁ ମୁଁ ବୁଝିଛି ।