ନବରଙ୍ଗପୁରର ଶିକ୍ଷକ ଗାଁ ଗମ୍ଭାରୀଗୁଡ଼ା । ଏଠି ଘରେ ଘରେ ଅଛନ୍ତି ଶିକ୍ଷକ

101

କନକ ବ୍ୟୁରୋ: ନବରଙ୍ଗପୁରର ଶିକ୍ଷକ ଗାଁ ଗମ୍ଭାରୀଗୁଡ଼ା । ନବରଙ୍ଗପୁରର ଉପାନ୍ତ ଅଞ୍ଚଳ ଚନ୍ଦାହାଣ୍ଡି ବ୍ଲକର ଶତାଧିକ ଶିକ୍ଷକଙ୍କ ଗାଁ ହେଉଛି ଗମ୍ଭାରୀଗୁଡ଼ା ଗାଁ । ଏହି ଗାଁରେ ଘରେ ଘରେ ଅଛନ୍ତି ଶିକ୍ଷକ । ପାଖାପାଖି ଶହେରୁ ଅଧିକ ଶିକ୍ଷକ ଏହି ଗାଁରେ ଅଛନ୍ତି । ୩୦ ଜଣ ଶିକ୍ଷକ ଅବସର ନେଇଥିବା ବେଳେ ଅନେକ ଶିକ୍ଷକଙ୍କର ମୃତ୍ୟୁ ହୋଇଗଲାଣି । ଏବେ ପ୍ରାୟ ପ୍ରତ୍ୟେକ ପରିବାରରେ ଜଣେ ନା ଜଣେ ଶିକ୍ଷକ ଅଛନ୍ତି ।

ଏହି ଗାଁରେ ପ୍ରତ୍ୟେକ ବୟସ ଓ ପ୍ରତ୍ୟେକ ବର୍ଗର ଶିକ୍ଷକ ଦେଖିବାକୁ ମିଳନ୍ତି । ପିଢୀ ପରେ ପଢୀ ଏହି ବୃତ୍ତିକୁ ଆପଣେଛନ୍ତି ଗମ୍ଭାରୀଗୁଡ଼ା ଗାଁର ଲୋକେ । ଗ୍ରାମବାସୀ ବି ଶିକ୍ଷକଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ କାର୍ପଣ୍ୟ କରନ୍ତି ନାହିଁ । ଯୁଗ ସହ ତାଳ ଦେଇ ଗାଁର ପରିବର୍ତ୍ତନ ହୋଇଛି କିନ୍ତୁ ଆଜି ବି ବଜାୟ ରହିଛି ଶିକ୍ଷକତା ଭଳି ଏକ ଆଦର୍ଶ ବୃତ୍ତି । ସେହି ଶିକ୍ଷକ ମାନଙ୍କ ପାଇଁ ଗାଁର ଅନେକ ଛାତ୍ର ପ୍ରଶାସନିକ ଅଧିକାରୀ, ଡାକ୍ତର, ଇଞ୍ଜିନିୟର, ସାଂସଦ, ବିଧାୟକ ଭଳି ଉଚ୍ଚ ପଦ ପଦବୀରେ ପାଇଛନ୍ତି ।  ଘରେ ଘରେ ସାକ୍ଷରତାର ବାର୍ତ୍ତା ବୁଣି ଶିକ୍ଷାର ଆଲୋକ ବର୍ତ୍ତିିକା ସାଜିଥିବା ସେହି ଶିକ୍ଷକ ମାନଙ୍କ ପାଇଁ ଗମ୍ଭାରିଗୁଡା ଗୁଡା ଗାଁ ଆଜି ଏକ ଉଦାହରଣ ।