ସାତକୋଶିଆ ଗଣ୍ଡରେ ଘଡିଆଳ ପଲ: ଦୀର୍ଘ ୪୦ ବର୍ଷରେ ଦ୍ୱିତୀୟ ଥର ପାଇଁ ଜନ୍ମ ହୋଇଛନ୍ତି ୩୨ ଘଡିଆଳ କୁମ୍ଭୀର ଛୁଆ

185

କନକ ବ୍ୟୁରୋ: ସାତକୋଶିଆରୁ ଆସିଛି ଖୁସି ଖବର । ଦୀର୍ଘ ୪୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ମହାନଦୀ ସାତକୋଶିଆ ଗଣ୍ଡରେ ଜନ୍ମ ହୋଇଛନ୍ତି ୩୨ଟି ଘଡିଆଳ କୁମ୍ଭୀର ଛୁଆ । ଘଡିଆଳ କୁମ୍ଭୀର ବିଲୁପ୍ତ ହୋଇଯାଉଥିବା ବେଳେ ପୁନର୍ବାର ଘଡିଆଳ ବଂଶ ବୃଦ୍ଧି ନେଇ ଆଶା ସଂଚାର ହୋଇଛି । ଗଣ୍ଡର ବଲଦମରା ଠାରେ ଏହି କୁମ୍ଭୀର ଛୁଆ ଜନ୍ମ ହୋଇଛନ୍ତି । ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଘଡିଆଳ ଛୁଆଙ୍କୁ ଦେଖିଥିଲେ ।

ଘଡିଆଳ ଛୁଆଙ୍କୁ ମାଆ ଘଡିଆଳ ଜଗି ରହିଛି । ସେମାନଙ୍କ ସୁରକ୍ଷା ପାଇଁ ସେହି ଅଂଚଳକୁ ଗମନାଗମନ ଉପରେ କଟକଣା ଲଗାଯାଇଛି । ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ୨୦୨୧, ମେ ମାସରେ ସେହି ସ୍ଥାନରେ ଏକ ଘଡିଆଳ ୨୮ଟି ଛୁଆ ଜନ୍ମ ହୋଇଥିଲେ । ହେଲେ ଏବେ ଗୋଟିଏ ହେଲେ ଛୁଆର ପତା ମିଳୁନାହିଁ । କେବଳ ୪ଟି ଘଡିଆଳ ଛୁଆକୁ ପୁରୀ କେନାଲରୁ ଉଦ୍ଧାର କରାଯାଇଅ ନନ୍ଦନକାନନରେ ଛଡା ଯାଇଛି ।