ଦିନେ ଖାଇବାକୁ ପାଉନଥିଲେ । ଆଜି ବିଶ୍ୱର ଦୁର୍ଦ୍ଦଶ ବ୍ୟାଟର । କିରନ ପୋଲାର୍ଡଙ୍କ ସଙ୍ଘର୍ଷ କାହାଣୀ ପଢନ୍ତୁ

214

କନକ ବ୍ୟୁରୋ : ଦିନେ ଗୁଣ୍ଡାଙ୍କ ଭିତରେ ଜୀବନ ବିତୁଥିଲା, ଆଜି ବିଶ୍ୱର ଶ୍ରେଷ୍ଠ ବ୍ୟାଟର । ଠିକ୍ ଶୁଣୁଛନ୍ତି ଆପଣ, ଗୋଟିଏ ବେଳା ଖାଇବାକୁ ନପାଇ ସଙ୍ଘର୍ଷ କରୁଥିବା ଏମିତି ଜଣେ ଖେଳାଳୀ ଆଜି ଜଣେ ଦୁର୍ଦ୍ଦଶ ବ୍ୟାଟର ହୋଇପାରିଛନ୍ତି ।

କିରନ ପୋଲାର୍ଡ । ଟି-୨୦ ଦୁନିଆରେ ଏକ ଜଣାଶୁଣା ଚେହେରା । ବର୍ତ୍ତମାନ ସୁଦ୍ଧା କ୍ରିକେଟର ଏହି ଛୋଟ ଫର୍ମାଟରେ ସେ ଗୋଟିଏ ଶତକ ସହ ୫୬ ଅର୍ଦ୍ଦଶତକ ହାସଲ କରିଛନ୍ତି । ତେବେ ତାଙ୍କ ପିଲା ଦିନ ଏତେ ସହଜ ନଥିଲା । ପୋଲର୍ଡଙ୍କ ଜନ୍ମ ପରେ ତାଙ୍କ ବାପା ପରିବାର ଓ ମାଆଙ୍କୁ ଛାଡି ଚାଲିଯାଇଥିଲେ । ପରେ ନିଜ ପରିବାର ସହ ସେ ପୋର୍ଟ ଅଫ୍ ସ୍ପେନର ଟକାରିଗୁଆରେ ନିଜର ପିଲାଦିନ କଟାଇଥିଲେ । ଏହି ଅଞ୍ଚଳରେ ଅପରାଧୀ, ଗୁଣ୍ଡାଙ୍କର ଦୌରାତ୍ମ୍ୟ ଦେଖିବାକୁ ମିଳିଥାଏ । ହତ୍ୟା, ଲୁଟ, ଡ୍ରଗ୍ସ, ଗଞ୍ଜେଇ କାରବାର ଏଠି ଅନେକ ପରିମାଣରେ ଦେଖିବାକୁ ମିଳେ । ସ୍ଥିତି ଏତେ ଖରାପ ଥିଲା କି ପୂରା ପରିବାର ଗୋଟିଏ ବେଳା ଖାଇବାକୁ ପାଉଥିବା ବେଳେ ଆର ଓଳି ଓପାସରେ ଦିନ କାଟୁଥିଲେ ।

ପୋଲାର୍ଡ ଗୋଟିଏ ସାକ୍ଷାତକାରରେ ଏକଥା କହିଛନ୍ତି । ନିଜ ଚାରିପଟେ ଅନେକ ଅପରାଧ ଦେଖିବା ପରେ ବି ମୋର ଧ୍ୟାନ କେବେ ହଟିନଥିଲା । ୧୫ ବର୍ଷ ବୟସରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ଗୁରୁବାର ପୋଲାର୍ଡ ୩୫ ବର୍ଷରେ ପଦାର୍ପଣ କରିଛନ୍ତି । ଟି-୨୦ କ୍ୟାରିୟରରେ ସେ ଗୋଟିଏ ଶତକ ହାସଲ କରିଥିବା ବେଳେ ୫୬ ଅର୍ଦ୍ଦଶତକ ହାସଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୧୧ ହଜାର ୫୭୧ ରନ ସଂଗ୍ରହ କରିସାରିଛନ୍ତି । କେବଳ ବ୍ୟାଟିଂ ନୁହେଁ ବୋଲିଂରେ ବି ସେ କମାଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩୦୪ ୱିକେଟ ହାସଲ କରିସାରିଛନ୍ତି ।