ଲଗାଣ ବର୍ଷା ପରେ ମହାରାଷ୍ଟ୍ରରେ ବନ୍ୟା ବିତ୍ପାତ । ଭୂସ୍ଖଳନ ଯୋଗୁଁ ଚାଲିଗଲା ୩୬ ଜଣଙ୍କ ଜୀବନ । ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢାଇଲା ଓଡ଼ିଶା

215

କନକ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ସ୍ଥିତି । ରାଜସ୍ଥାନ, ମହାରାଷ୍ଟ୍ର ଓ ତେଲେଙ୍ଗାନା, ଆନ୍ଧ୍ରରେ ବନ୍ୟା ବିତ୍ପାତ । ଲଗାଣ ବର୍ଷା ପାଇଁ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଭୟଙ୍କର ବନ୍ୟା ପରିସ୍ଥିତି । ବର୍ଷା ଓ ବନ୍ୟା ଫଳରେ କୋଙ୍କଣ କ୍ଷେତ୍ରରେ ଥିବା ରାୟଗଡ ଓ ରତ୍ନଗିରି ଜିଲ୍ଲା ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ପାଇଁ ରାୟଗଡ ଜିଲ୍ଲାରେ ତିନୋଟି ସ୍ଥାନରେ ଭୂସ୍ଖଳନ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ସହାୟତାରେ ଉଦ୍ଧାର କାମ ଚାଲିଛି ।

ତେବେ ବର୍ତମାନ ସୁଦ୍ଧା ୩୬ ଜଣଙ୍କ ଜୀବନ ହାନି ହୋଇଥିବା ସୂଚନା ମିଳିଛି । ନଦୀରେ ବନ୍ୟା ଆସିବାରୁ ସମଗ୍ର ଅଂଚଳ ବନ୍ୟା ପାଣିରେ ବୁଡି ଯାଇଛି । ଏନଡିଆରଏଫ ଓ ଏସଡିଆରଏଫ ଦ୍ୱାରା ଜଳବନ୍ଦୀ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ନାଗପୁରରେ ମଧ୍ୟ ବନ୍ୟା ସ୍ଥିତି । ସେପଟେ ରାଜସ୍ଥାନର ଝାଲାୱାରରେ ବନ୍ୟା ସ୍ଥିତି ଦେଖାଦେଇଛି ।

ଲଗାଣ ବର୍ଷା ଫଳରେ ବିଭିନ୍ନ ଜାଗାରେ ପାଣି ଭରିଯାଇଥିବା ଦେଖିବାକୁ ମିଳିଛି । ତେଲେଙ୍ଗାନା ଓ ଆନ୍ଧ୍ରରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି । ତେଲେଙ୍ଗାନାରେ ନିର୍ମଳ ଜିଲ୍ଲାରେ ହଜାରେରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ବିଭିନ୍ନ ଜାଗାରେ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି ।