କରୋନା ଭିତରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ । ଟୋକିଓରେ ପହଁଚିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ

119

କନକ ବ୍ୟୁରୋ: କରୋନା ଡର ଭିତରେ ଟୋକିଓରେ ଆରମ୍ଭ ହୋଇଛି ବିଶ୍ୱ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ । କ୍ରୀଡାଗ୍ରାମରେ ପାଖାପାଖି ୮୦ରୁ ଅଧିକ ଖେଳାଳି ଓ କର୍ମଚାରୀ କୋଭିଡ୍ ଆକ୍ରାନ୍ତ ହେବା ପରେ ଉଦ୍ଘାଟନି ଉତ୍ସବ ଉପରେ ରହିଥିଲା ସମସ୍ତଙ୍କ ନଜର । ବେଶୀ ଜାକଜକମରେ ନହେଲେ ବି ଭାଗ ନେଉଥିବା ଦେଶର କିଛି କିଛି ଖେଳାଳିଙ୍କୁ ନେଇ,  ଆୟୋଜିତ ହୋଇଥଲା କାର୍ଯ୍ୟକ୍ରମ ।

ଭାରତର ୨୦ ଖେଳାଳି ଓ ୬ ସପୋର୍ଟ ଷ୍ଟାଫ ବି ତ୍ରିରଙ୍ଗା ଧରି ଉଦଘାଟନି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ, କ୍ରୀଡାମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ରୀଡାବିତ୍ ଓ କ୍ରୀଡାପ୍ରେମୀ ଟିମ୍ ଇଣ୍ଡିଆକୁ ଜଣାଇଛନ୍ତି ଶୁଭେଛା । ସେପଟେ ଆଜି ଓଡିଆ ସ୍ପିଣ୍ଟର ଦୂତୀ ଚାନ୍ଦ ଟୋକିଓରେ ଯାଇ ପହଞ୍ଚିଛନ୍ତି ।