ରାଜସ୍ଥାନରେ ବନ୍ୟା ବିତ୍ପାତ: ୮ ମୃତ

46

କନକ ବ୍ୟୁରୋ: ରାଜସ୍ଥାନରେ ବନ୍ୟା ବିତ୍ପାତ । ପ୍ରବଳ ବର୍ଷା ଯୋଗୁ ରାଜସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ଜିଲ୍ଲାରେ ଲୋକେ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି ଜାଲୋର, ସିରୋହୀ ଓ ପାଲି ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡିଛି । ଏହି ଜିଲ୍ଲାମାନଙ୍କରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜାଲୋରରେ ବନ୍ୟାରେ ଫସିଥିବା ୧୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆହୁରି ଅନେକ ସ୍ଥାନରେ ଲୋକେ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।