ବେଲଜିୟମକୁ ୧-୦ରେ ହରାଇ ଫିଫା ବିଶ୍ୱକପ୍ ଫାଇନାଲରେ ଫ୍ରାନ୍ସ : ୫୧ତମ ମିନିଟରେ ସାମୁଏଲଙ୍କ ହେଡର୍ ଆଣି ଦେଲା ବହୁପ୍ରତୀକ୍ଷିତ ବିଜୟ

30

କନକ ବ୍ୟୁରୋ: ପିଫା ବିଶ୍ୱକପର ଫାଇନାଲରେ ପହଚିଂଛି ଫ୍ରାନ୍ସ । ଫ୍ରାନ୍ସ ୧-୦ରେ ବେଲଜିୟମକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ୧-୦ ଗୋଲରେ ଚାଂଚଲ୍ୟକର ବିଜୟ ହାସଲ କରିଛି ଫ୍ରାନ୍ସ । ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ୫୧ ମିନିଟରେ ଗୋଲ ହୋଇଥିଲା । ଗ୍ରିଜମ୍ୟାନଙ୍କ କର୍ନର ବଲକୁ ହେଡର ଜରିଆରେ ଗୋଲ କଲେ ସାମୁଏଲ ଉଁତିତି । ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଫ୍ରାନ୍ସ କ୍ରୋଏସିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତାକୁ ଫାଇନାଲରେ ଭେଟିବ ।

ଦୀର୍ଘ ୧୨ ବର୍ଷ ପରେ ଫ୍ରାନ୍ସ ୨୧ ତମ ଫୁଟବଲ ମହାକୁମ୍ଭର ଫାଇନାଲରେ ପହଚିଂଛି । ପୂର୍ବରୁ ୧୯୯୮ ଓ ୨୦୦୬ ରେ ଫାଇନାଲରେ ସ୍ଥାନ ପାଇଥିଲା । ଫ୍ରାନ୍ସର ବିଜୟରେ ଗୋଲ କିପର ହଗ୍ୟୁ ଲୋରିସଙ୍କ ବଢ ଭୁମିକା ରହିଛି । ଯିଏକି ଦୁଇଟି ହାଫରେ ଗୋଲକୁ ବଂଚାଇଥିଲେ । ବେଲଜିୟମ ବିରୋଧରେ ବିଶ୍ୱକପର ତୃତୀୟ ମ୍ୟାଚରେ ଫ୍ରାନ୍ସର ଏହା ଥିଲା ତୃତୀୟ ବିଜୟ ।କିନ୍ତୁ ବେଲଜିୟମ ନିଜର ଉନ୍ନତ ପ୍ରଦର୍ଶନ ଦେଖାଇ ଦର୍ଶକଙ୍କଠାରୁ ବିଦାୟ ନେଇଛି ।

ଅଣ୍ଡରଡଗ ଭାବେ ଖେଳି ସେମିଫାଇନାଲରେ ପହଂଚିଥିବା ବେଲଜିୟମରେ ସ୍ୱପ୍ନ ଅଧୁରା ରହିଗଲା । ଆଜି ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଭେଟିହ କ୍ରୋଏସିଆକୁ । ଆଜି ପ୍ରଥମ ଥର ଲାଗି କୌଣସି ବିଶ୍ୱକପରେ ମୁହାଁ ମୁହିଁ ହେବାକୁ ଯାଉଛନ୍ତି ଦୁଇ ଦଳ । ତେଣୁ ଆଜିର ମ୍ୟାଚର ଗୁରୁତ୍ୱ ବଢିଯାଇଛି । ତେବେ ପରଷ୍ପର ୭ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ମୁହାଁମୁହିଁ ହୋଇଥିବାବେଳେ ଇଂଲଣ୍ଡ ୪ ଓ କ୍ରୋଏସିଆ ୨ଟିରେ ବିଜୟୀ ହୋଇଛନ୍ତି। ଇଂଲଣ୍ଡ ଶେଷଥର ଲାଗି ୧୯୯୦ ମସିହାରେ ବିଶ୍ୱକପ ସେମିଫାଇନାଲରେ ଖେଳିଥିଲା । ଇଂଲଣ୍ଡର ହାରିକେନ ଅଗ୍ରଣୀ ଗୋଲ ସ୍କୋରର ଭାବେ ରହିଛନ୍ତି । କ୍ରୋଏସିଆ ପକ୍ଷରୁ ମିଡଫିଲଡର ଲୁକା ମୋଦ୍ରିକଙ୍କ ଉପରେ ନଜର ରହିବ ।