ଚାଷୀଙ୍କ ପାଇଁ ଆସୁଛି ଆଉ ଏକ ବିପଦ ! ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ଧାନକୁ ସୁରକ୍ଷିତ ରଖିବାକୁ ରାଜସ୍ୱମନ୍ତ୍ରୀଙ୍କ ପରାମର୍ଶ

26

କନକ ବ୍ୟୁରୋ : ଆସୁଛି ବର୍ଷା । ରୋଗ ପୋକ ଦୁଃଖ ନଯାଉଣୁ ଚାଷୀଙ୍କ ପାଇଁ ଆଉ ଏକ ବିପଦ ମାଡିଆସୁଛି । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସଷ୍ଟି ହୋଇଛଚି । ଯାହାଧୀରେ ଧୀରେ ଆଣ୍ଡାମାନ ଉପକୂଳ ଆଡକୁ ଗତି କରୁଛି । ୧୨ ଓ ୧୩ ତାରିଖରୁ ଦକ୍ଷିଣ ଓଡିଶାରେ ଅଳ୍ପ ବହୁତ ବର୍ଷା ହେବ । ଉପକୂଳ ଓଡିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ୧୫ରୁ ୧୮ ତାରିଖ ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୩ ତାରିଖରେ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ । ନୟାଗଡ, ଫୁଲବାଣୀ, ଯାଜପୁର, ଢେଙ୍କାନାଳ,କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି । ବର୍ତମାନ ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ରହିଛି । ଅନ୍ୟପଟେ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଧାନ କାଟିନେବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।