ଚାଷୀଙ୍କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ : ଆଜିଠାରୁ ବିଜେପିର ୨ ଦିନିଆ ଆନ୍ଦୋଳନ, ମୁଖ୍ୟମନ୍ତ୍ରୀ କହିଲେ ଚାଷୀଙ୍କ ପାଇଁ ଲଢେଇ ଜାରି ରହିବ

115

କନକ ବ୍ୟୁରୋ : ଚାଷୀଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିଥିବାବେଳେ ଚାଷୀ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ ।

ଚାଷୀ ପ୍ରସଙ୍ଗରେ ଏମ.ଏସ ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଆସିଛନ୍ତି ଓ ଏହା ପୂରଣ ହେଲା ଯାଏଁ ଲଢେଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେପି ଚାଷୀ ପ୍ରସଙ୍ଗରେ ଆଜି ଓ ଆସନ୍ତାକାଲି ଚାଷୀ ମଣ୍ଡି ଓ ସିଏସଓ ଅଫିସ ଘେରାଉ କରିବ ବୋଲି ଘୋଷଣା କରିସାରିଛି ।