ରାସ୍ତା ବିବାଦକୁ ନେଇ ମୟୁରଭଞ୍ଜର ବୈଶିଙ୍ଗାରେ ସାଂଘାତିକ ସ୍ଥିତି : ବିଜେପି ନେତାଙ୍କୁ ହାଣି ଗୁରୁତର କରିବା ପରେ ଦୁର୍ବୃତ ଫେରାର; ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ କରି ବ୍ୟାପକ ପୋଡାଜଳା

132

କନକ ବ୍ୟୁରୋ : ରାସ୍ତା ବିବାଦକୁ ନେଇ ମୟୁରଭଞ୍ଜ ବୈଶିଙ୍ଗା ଥାନା ଅଂଚଳ ଅସ୍ତପୁରାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ବିଜେପି ନେତା ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ । ତାଙ୍କ ଅବସ୍ଥା ଗୁରୁତର ରହିଛି । ଅସ୍ତପୁରାଠାରେ ଏକ ଫିସରି ୟୁନିଟକୁ ଯାଇଥିବା ରାସ୍ତା ଜଙ୍ଗଲ ଜମିରେ ହୋଇଥିବା ଅଭିଯୋଗ ହୋଇଥିଲା ।

ଏହାକୁ ନେଇ ଚନ୍ଦ୍ରହାସ୍ୟ ଓ ଫିସରି ୟୁନିଟ ମାଲିକ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଜାରି ରହିଥିଲା । ଏହାକୁ କେନ୍ଦ୍ରକରି ବିଜେପି ନେତାଙ୍କ ଉପରେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଚନ୍ଦ୍ରହାସ୍ୟ ଦୋକାନରେ ବସିଥିବାବେଳେ ଦୁର୍ବୃତମାନେ ଆସି ହାଣି ଫେରାର ହୋଇଯାଇଛନ୍ତି । ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଗାଡି ମୋଟର ପୋଡିଦେଇଛନ୍ତି ।