ପୁଣି ୩ହଜାର ଉପରେ କରୋନା ସଂକ୍ରମଣ : ୨୪ ଘଂଟାରେ ୩୦୮୭ ଆକ୍ରାନ୍ତ ଚିହ୍ନଟ,୪୫ ମୃତ; ପରୀକ୍ଷା ହେଲା ୭୪ ହଜାର ନମୁନା

191

କନକ ବ୍ୟୁରୋ : ରାଜ୍ୟରେ ପୁଣି ୩ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଂଟାରେ ୩ହଜାର ୮୭ ଆକ୍ରାନ୍ତ ଚିହ୍ନଟ । ୨୪ଘଂଟାରେ ୭୪ ହଜାର ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭିଟି ହାର ରହିଛି ୪ଦଶମିକ ୧୭ ପ୍ରତିଶତ । ସର୍ବାଧିକ ସଂକ୍ରମିତ ତାଲିକାରେ ପ୍ରଥମରେ ରହିଛି ଖୋର୍ଦ୍ଧା ।

ଖୋର୍ଦ୍ଧାରୁ ୫୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୭୮ଜଣ, ବାଲେଶ୍ୱରରୁ ୨୪୬ଜଣ, ବରଗଡ଼ରୁ ୪୬ ଜଣ, ଭଦ୍ରକରୁ ୧୪୫ଜଣ, ବଲାଙ୍ଗୀରରୁ ୨୧ ଜଣ, ବୌଦ୍ଧରୁ ୩୫ଜଣ, କଟକରୁ ୪୬୨ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୯୫ଜଣ, ଗଜପତିରୁ ୧୬ ଜଣ, ଗଞ୍ଜାମରୁ ୨୨ ଜଣ, ଜଗତସିଂହପୁରରୁ ୬୦ ଜଣ, ଯାଜପୁରରୁ ୨୦୫ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୧୭ ଜଣ, କନ୍ଧମାଳରୁ ୨୮ ଜଣ, କେନ୍ଦ୍ରାପଡ଼ାରୁ ୭୦ଜଣ, କେଉଁଝରରୁ ୭୨ଜଣ, ଖୋର୍ଦ୍ଧାରୁ ୫୮୪ ଜଣ, କୋରାପୁଟରୁ ୭୭ଜଣ, ମାଲକାନଗିରିରୁ ୮୪ଜଣ, ମୟୁରଭଞ୍ଜରୁ ୧୫୪ଜଣ, ନବରଙ୍ଗପୁରରୁ ୩୫ ଜଣ, ନୟାଗଡ଼ରୁ ୧୧୦ଜଣ, ନୂଆପଡ଼ାରୁ ୬ଜଣ, ପୁରୀରୁ ୧୮୯ଜଣ, ରାୟଗଡ଼ାରୁ ୨୧ଜଣ, ସମ୍ୱଲପୁରରୁ ୩୧ଜଣ, ସୋନପୁରରୁ ୨୪, ସୁନ୍ଦରଗଡ଼ରୁ ୫୯ ଓ ଷ୍ଟେଟ ପୁଲରୁ ୯୭ଜଣକରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୯ଲକ୍ଷ ୧୨ହଜାର ୮୮୭ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ଏମାନଙ୍କ ଭିତରୁ ୮ଲକ୍ଷ ୭୭ ହଜାର ୫୪୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୩୧ ହଜାର ୨୩୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।