ଫେସବୁକ୍ ଲାଇଭ୍ ପାଇଁ ନୂଆ ଆପ୍ ! ମିଳିବ ନୂଆ ଫିଚର୍

22

ଫେସବୁକ୍ ଖୁବ୍ ଶୀଘ୍ର ଆପଣଙ୍କ ଲାଇଭ୍ ଅନୁଭବକୁ ଅଧିକ ଉଚ୍ଚକୋଟୀର କରିବା ପାଇଁ ଯାଉଛି । କମ୍ପାନୀ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଲାଇଭ୍ ପାଇଁ ଏକ ଭିନ୍ନ ଆପ୍ ଲଞ୍ଚ କରିବ । ଏହି ଆପ ଦ୍ୱାରା ଲାଇଭକୁ କଣ୍ଟେଣ୍ଟକୁ ଖୁବ୍ ଭଲରେ ପରିଚାଳନା କରାଯିବ । ଲାଇଭ୍ ସହ ଯୋଡି ହୋଇଥିବା ଏହି ନୂଆ ଫିଚର ପ୍ରଥମେ ଅପଡ଼େଟ୍ ଜରିଆରେ ଫେସବକ୍ ‘ମେନସନ ଆପ’ରେ ଦିଆଯିବ ।

ଏହି ଆପ୍ ଖାସ କରି ସେଲିବ୍ରିଟିଙ୍କୁ ଆଖିିରେ ରଖି ତିଆରି କରାଯାଇଛି । କମ୍ପାନୀର କହିଛି ଏହି ଆପ୍ କେବଳ ଫେସବୁକ୍ ଲାଇଭର ସୁବିଧା ଦେବ ନାହିଁ ଏହା ଏକ କମ୍ୟୁନିଟି ଟ୍ୟାବ ସହ ଲଞ୍ଚ କରାଯିବ । ଏହି ନୂଆ ଟ୍ୟାବକୁ ଗ୍ରାହକ ଅଳଗା ଅଲଗା ଫେସବୁକ୍ ପ୍ଲାଟଫର୍ମ ଯେପରି ମେସେଞ୍ଜର, ଇନଷ୍ଟାଗ୍ରାମ ଓ ମୁଖ୍ୟ ଫେସବୁକ ଆପରେ ଯୋଡ଼ି ପାରିବେ ।

ଏହି ନୂଆ ଆପରେ ଏକ ଲାଇଭ କ୍ରିଏଟିଭ କିଟ୍ ମଧ୍ୟ ଉପଲବ୍ଧ କରାଯିବ । ଏହି କିଟ୍ ସାହାଯ୍ୟରେ ଲାଇଭ ଭିଡ଼ିଓ ସମୟରେ ଆଉଟ୍ରଜ, କଷ୍ଟମ ଷ୍ଟିକର ଓ ଫ୍ରେମ୍ସ ଆଡ଼ କରାଯାଇପାରିବ । ସୂଚନା ଅନୁସାରେ ଏହି ‘ମେନସନ ଆପ’ରେ ସୀମିତ ଗ୍ରାହକଙ୍କ ସହ ଲାଇଭ୍ କରାଯାଇପାରିବ ।

ଏହାସହ ଏଇଠି କହିରଖୁଛୁ ଫେସବୁକ ଲାଇଭରେ ଭିଡ଼ିଓ ସହ ଏବେ ଅଡ଼ିଓ ଫିଚର୍ ମଧ୍ୟ ଆସିଛି । ଏହାର ଅର୍ଥ ଏବେ ବିଲକୁଲ ରେଡ଼ିଓ ପରି ଆପଣ ଅଡ଼ିଓ ସହ ଲାଇଭ୍ ଯାଇପାରିବେ । ଏହା ଫେସବୁକ୍ ଆପର ଲାଇଭ୍ ଫିଚର ଭିତରେ ହି ଭିଡ଼ିଓ ଅପ୍ସନ ପାଖରେ ଦିଆଯିବ ।

                                                      ସୌଜନ୍ୟ – ଆଜତକ.କମ୍

ଏହାସହ ପଢ଼ନ୍ତୁ – ଜିିଏସଟି ଲାଗୁ ହେବା ପରେ ଚାକିରୀ କ୍ଷେତ୍ରରେ ମିଳିବ ଲାଭ ! ଏକ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା