ଦେଢ଼ ବର୍ଷ ହେଲା ମହାଭାରତ ପଢ଼ୁଛନ୍ତି ଶାହାରୁଖ୍ ଖାନ୍ ! ତିଆରି କରିପାରନ୍ତି ସିନେମା

34

ଶାହାରୁଖ୍ ଖାନ୍ ଏବେ ମହାଭାରତ ପଢ଼ୁଛନ୍ତି । ନିକଟରେ ନିଜେ ଶାହରୁଖ ଖାନ୍ ପ୍ରେସ୍ କନଫରେନ୍ସରେ ଏକଥା ପ୍ରକାଶ କରିଛନ୍ତି । ଏହାସହ ସେ ମହାଭାରତ ଉପରେ ଆଧାରିତ ସିନେମାରେ କାମ କରିବା ପାଇଁ ଚାହାନ୍ତି ବୋଲି କହିଛନ୍ତି । ଶାହାରୁଖ୍ ସୋମବାର ଦିନ ପ୍ରେସ କନଫରେନ୍ସରେ କହିଛନ୍ତି, ସେ ଦେଢ଼ ବର୍ଷ ହେଲା ମହାଭାରତର ଅଧ୍ୟୟନ କରିବା ସହ ମହାଭାରତରେ ବର୍ଣ୍ଣିତ କାହାଣୀ ମୋତେ ବହୁତ ପସନ୍ଦ ବୋଲି କହିଛନ୍ତି ।

ପ୍ରକୃତକଥା ହେଲା ଶାହାରୁଖ ଇଦ୍ ଅବସରରେ ଏକ ପ୍ରେସ କନଫରେନ୍ସ ଡାକିଥିଲେ । ଏହାସହ ଏହି ପ୍ରେସ କନଫରେନ୍ସରେ ସେ କହିଛନ୍ତି ଅବରାମକୁ ମଧ୍ୟ ମୁଁ ଇସଲାମ ଧର୍ମର କାହାଣୀକୁ ଆକର୍ଷିଣୀୟ ଉପାୟରେ ଶୁଣାଏ । ଭିନ୍ନ ଧର୍ମର ହେଲେ ମଧ୍ୟ ଅନ୍ୟ ଧର୍ମକୁ ସମ୍ମାନ କରିବା ଉଚିତ୍ ବୋଲି ଅବରାମକୁ ଶିକ୍ଷା ଦିଏ ବୋଲି ସେ ପ୍ରକାଶ କରିଛନ୍ତି ।

                                  ସୌଜନ୍ୟ – ଅମରଉଜାଲା 

ଏହାସହ ପଢ଼ନ୍ତୁ – ସିଲଭର ସ୍କ୍ରିନରେ ୨୫ ବର୍ଷରେ କିଙ୍ଗ ଖାନ୍ ! ଶାହାରୁଖଙ୍କୁ ଶୁଭେଚ୍ଛା ଦେବାକୁ ପ୍ରଶଂସକଙ୍କ ଟ୍ୱିଟରରେ ଭିଡ଼