ପ୍ରକୃତି ମିଶ୍ର ମୋ ଭାଇର ସଂସାର ଭାଙ୍ଗିଛି । ଭାଇଠୁ ଦୂରରେ ରହିବାକୁ ଅପିଲ୍ କଲେ ବାବୁସାନଙ୍କ ଭଉଣୀ

452

କନକ ବ୍ୟୁରୋ : ବାବୁସାନ୍ –ତୃପ୍ତି କଳିକୁ ନେଇ ବାବୁସାନଙ୍କ ଭଉଣୀଙ୍କ ପ୍ରତିକ୍ରିୟା । ପ୍ରକୃତି ମିଶ୍ରଙ୍କୁ ଟାର୍ଗେଟ କଲେ । କହିଲେ, ମୋ ଭାଇ ଏବେ ବହୁତ ବଦଳି ଯାଇଛି । ମୋ ଭାଇ ବହୁତ ସରଳ ବିଶ୍ୱାସୀ । ପ୍ରକୃତି ମିଶ୍ର ମୋ ଭାଇର ସଂସାର ଭାଙ୍ଗିଛି । ପୂର୍ବରୁ ଘଟଣାକୁ ନେଇ ମନ୍ନଥ ମିଶ୍ରଙ୍କ ଘରକୁ ଯାଇଥିଲୁ । ଝିଅ ମୋ ଆୟତ୍ତରେ ନଥିବା କହିଥିଲେ ପ୍ରକୃତିଙ୍କ ବାପା । ଭାଇକୁ ବୁଝାଇବାକୁ ସବୁ ଉଦ୍ୟମ କରିଥିଲୁ । ଭାଇଠୁ ଦୂରରେ ରହିବାକୁ ପ୍ରକୃତିଙ୍କୁ ଅପିଲ୍ କଲେ ବାବୁସାନଙ୍କ ଭଉଣୀ ।

ସେପଟେ, ଅପରାଜିତା ମିଡିଆକୁ ପ୍ରତିକ୍ରିୟା ରଖି କହିଛନ୍ତି, ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ । କୋଭିଡ୍ ସମୟରେ ଘରଠୁ ଦୂରେଇ ରହିଥିଲା । କୋଭିଡ୍ ବେଳେ ଖରାପ ସଙ୍ଗରେ ପଡିଥିଲା । ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରୀ କହିଲେ ତାର ଜୀବନ । କଲ୍ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ । କିଏ ତାକୁ କଲ୍ କରୁଥିଲା ସତ ପଦାକୁ ଆସିବ । ତାର ଚରିତ୍ର ବଦଳିଛି, ସେ ଡିପ୍ରେସନରେ ରହୁଛି ।

ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ । ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ । ଅନ୍ୟର ପ୍ରରୋଚନାରେ ପଡି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି ।