ବାବୁସାନ ତୃପ୍ତିଙ୍କ ପାରିବାରିକ ଝଗଡ଼ା : ମୁହଁ ଖୋଲିଲେ ଅପରାଜିତା; କହିଲେ, ବାବୁକୁ ଫୋନରେ ଆସୁଥିଲା ଧମକ

213

କନକ ବ୍ୟୁରୋ : ବାବୁସାନ ତୃପ୍ତିଙ୍କ ପାରିବାରିକ ଝଗଡ଼ାକୁ ନେଇ ମୁହଁ ଖୋଲିଲେ ଅପରାଜିତା ମହାନ୍ତି । କହିଲେ ପୁଅ ଆଗରୁ ଏମିତି ନଥିଲା । କିଛି କୁସଙ୍ଗତରେ ପଡ଼ି ଖରାପ ବାଟକୁ ଚାଲିଯାଇଛି । ବାବୁକୁ ଫୋନରେ ଆସୁଥିଲା ଧମକ । ଘର ଓ ପରିବାରକୁ ଫେରି ଆସିବା ପାଇଁ କୋହଭରା କଣ୍ଠରେ କହିଲେ ଅପରାଜିତା ।

ସେ ଆହୁରି ମଧ୍ୟ କହିଛନ୍ତି , ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ । କୋଭିଡ୍ ସମୟରେ ଘରଠୁ ଦୂରେଇ ରହିଥିଲା । କୋଭିଡ୍ ବେଳେ ଖରାପ ସଙ୍ଗରେ ପଡିଥିଲା । ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରୀ କହିଲେ ତାର ଜୀବନ । କଲ୍ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ । କିଏ ତାକୁ କଲ୍ କରୁଥିଲା ସତ ପଦାକୁ ଆସିବ । ତାର ଚରିତ୍ର ବଦଳିଛି, ସେ ଡିପ୍ରେସନରେ ରହୁଛି ।

ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ । ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ । ଅନ୍ୟର ପ୍ରରୋଚନାରେ ପଡି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି । ତାର ଭଲ ପଣିଆକୁ ନେଇ ଅସଦ ବ୍ୟବହାର କରାଗଲା । ୨ବର୍ଷ ଧରି ବୋହୂ ବାବୁକୁ ବୁଝାଇବାକୁ ଚେଷ୍ଟା କରିଛି । ପ୍ରକୃତି ମିଶ୍ର ଓ ତାଙ୍କ ପରିବାରକୁ ବୁଝାଇବାକୁ ଚେଷ୍ଟା କରିଛି ବୋହୂ । ବାବୁସାନ୍ ଫୋନ୍ ନଉଠାଇବାରୁ ଧମକ ଦେଇଥିଲା ପ୍ରକୃତି । ଘର ଗେଟ୍ ପାଖକୁ ଆସି ଲୋକ ନେଇ ପଶିବାକୁ ଧମକ ଦେଇଥଲା ।