ବନ୍ଦକୁ ନଜରରରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପରୀକ୍ଷା ବାତିଲ

51

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ : ବନ୍ଦକୁ ନଜରରରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଏଲଏଲବି ଓ ମେଡିକାଲ ପାଠ୍ୟକମ ପରୀକ୍ଷାକୁ ବାତିଲ କରାଯାଇ ଥିବା ବେଳେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ମଧ୍ୟ ଏହାର ସମସ୍ତ ପରୀକ୍ଷାକୁ ବାତିଲ କରିଛି । ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟର ବିଜ୍ଞାନ ବିଭାଗର ପ୍ରାକ୍ଟିକାଲ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଂଚାଇ ଦିଆଯାଇଛି । ଉତ୍କଳ ସଂସ୍କୃତି ବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ ହୋଇଛି । ପରୀକ୍ଷା ବାତିଲ ହୋଇଥିଲେ ବି ନିୟମିତ ଭାବେ କ୍ଲାସ ଚାଲିବ ବୋଲି କଲେଜ ଅଧିକ୍ଷକମାନେ ସୂଚନା ଦେଇଛନ୍ତି ।