କୁଆଡ଼େ ଗଲେ ବାବୁସାନ ? ଟିକେଟ ହୋଇଥିଲେ ବି ଆସିଲେନି; ‘ଦମନ’ ଫିଲ୍ମର ପୁରା ଟିମ୍ ଫେରିଲେ ଭୁବନେଶ୍ୱର

 ସୋମବାର ରାତିରୁ ହୋଟେଲ ଛାଡ଼ିଥିବା ସୂଚନା; କେବେ ଫେରିବେ ଓଡିଶା, ଉଠିଲା ପ୍ରଶ୍ନ 

642

କନକ ବ୍ୟୁରୋ : କୁଆଡ଼େ ଗଲେ ବାବୁସାନ । ଦମନ ଫିଲ୍ମର ପୁରା ଟିମ ଭୁବନେଶ୍ୱର ଆସିିଲେ । କିନ୍ତୁ ଫେରିଲେ ନାହିଁ ବାବୁସାନ । ଗତକାଲି ରାତିରେ ଚେନ୍ନାଇ-ଭୁବନେଶ୍ୱର ଫ୍ଲାଇଟରେ ଦମନ ମୁଭିର ପୁରା ୟୁନିଟ ଫେରିଛନ୍ତି । ଏଥିରେ ସାମିଲ ଅଛନ୍ତି ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ।

କିନ୍ତୁ ବିବାଦ ପରେ ଆସିନାହାନ୍ତି ବାବୁଶାନ । ଫେରିବା ପାଇଁ ତାଙ୍କର ମଧ୍ୟ ଟିକେଟ ହୋଇଥିଲା । ସୋମବାର ରାତି ୧୦ଟାରେ ସେ ହୋଟେଲ ଛାଡି ଚାଲିଯାଇଛନ୍ତି ବୋଲି କହିଛନ୍ତି ଟିମ୍ । ଶନିବାର ସକାଳେ ବାବୁଶାନ ଚେନ୍ନାଇ ଯାଇଥିଲେ । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା । କିନ୍ତୁ ବିବାଦ ପରେ ଚେନ୍ନାଇ କାର୍ଯ୍ୟକ୍ରମରେ ସେ ସାମିଲ ହୋଇନଥିବା ଜଣାପଡିଛି ।

ଶନିବାରର ଘଟଣା ପରେ ପ୍ରକୃତି ମିଶ୍ର ବି ଚେନ୍ନାଇ ଯାଇଥିଲେ । ଏପରିକି ଚେନ୍ନାଇରୁ ସେ ଗଣମାଧ୍ୟମରେ ବିବାଦ ସମ୍ପର୍କରେ ସଫେଇ ବି ରଖିଥିଲେ । ଏବେ ପ୍ରକୃତି ମିଶ୍ରଙ୍କ ସହ ପରିବାର ବର୍ଗ ବି ଚେନ୍ନାଇ ଯାଇଛନ୍ତି ।  ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କ୍ରିଷ୍ଣା ମିଶ୍ର ଚେନ୍ନାଇ ଯାଇ ସେଠାରୁ ଏକାଠି ରହିଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।