ମଦ ନାଁରେ କେମିକାଲ ପାଉଚ୍ ବିକ୍ରି । ଯାହାକୁ ପିଇ ଗଲା ୧୯ ଜୀବନ, ୪୦ରୁ ଅଧିକ ଗୁରୁତର ।

365

କନକ ବ୍ୟୁରୋ: ଗୁଜୁରାଟ ବୋଟାଦ ଜିଲ୍ଲାର ରୋଜିଦ୍ ଇଲାକାରେ ବିଷାକ୍ତ ମଦ ପିଇ ୧୯ ଜଣ ପ୍ରାଣ ହରାଇଥିବାବେଳେ ୪୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ ତନାଘନା ଚଳାଇଛି । ଏହାସହ କେମିକାଲ ବନାଉଥିବା ଫ୍ୟାକ୍ଟ୍ରି ମାଲିକ ସହ ୧୦ଜଣଙ୍କୁ ଗିରଫ କରିଛି ।

ପୋଲିସର ପ୍ରାଥମିକ ସୂଚନା ମୁତାବକ, ମଦ ନୁହେଁ ବରଂ କେମିକାଲ ପାଉଚ୍ କରି ବିକ୍ରି କରୁଥିଲେ କିଛି ଯୁବକ, ଯାହାକୁ ପିଇ ଲୋକେ ପ୍ରାଣ ହରାଇଛନ୍ତି । ଏହାକୁ ପୁରା ଯୋଜନା ବଦ୍ଧ ଭାବରେ କରାଯାଇଛି । ଏଠାରେ ଥିବା ଇମୋସ୍ ନାମକ କମ୍ପାନୀ ମିଥାଇଲ ପ୍ରସ୍ତୁତ କରେ । କମ୍ପାନୀର ଗୋଦାମ ମ୍ୟାନେଜର ଜୟେଶ ଗୋଦାମରୁ ପାଖାପଖି ୨୦୦ ଲିଟର କେମିକାଲ ବାହାର କରି ୬୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା । ଯାହାକୁ ନେଇ କିଛି ଯୁବକ ପାଉଚ୍ ପ୍ରସ୍ତୁତ କରି ମଦ ନାଁରେ ବିକିଦେଇଥିଲେ । ଏହି କେମିକାଲ କୁ ପିଇ ଲୋକଙ୍କ ଜୀବନ ଯାଇଛି । ଏବେବି ଅନେକ ଡାକ୍ତରଖାନାରେ ଜୀବନ ମରଣ ସହ ସଙ୍ଘର୍ଷ କରୁଥିବା ଜଣାପଡିଛି । ତେବେ ସମ୍ପୃକ୍ତ କେମିକାଲ ଫ୍ୟାକ୍ଟି ମାଲିକକୁ ଗିରଫ କରିବା ସହ କେମିକାଲ ପାଉଚ୍ ପ୍ରସ୍ତୁତ କରି ବିକିଥିବା ସମସ୍ତ ଯୁବକଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ହତ୍ୟା ମାମଲା ଚଳାଇଛି ପୋଲିସ ।