ପିଅନ ଚାକିରି ପାଇଁ ବି-ଟେକ୍ ଆବେଦନକାରୀ : ୯୧ ପଦ ପାଇଁ ଅଢ଼େଇ ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥୀ 

3,083

କନକ ବ୍ୟୁରୋ : ପିଅନ ନିଯୁକ୍ତି ପାଇଁ ଲମ୍ବା ଲାଇନ୍ । ଆବେଦନ କରିଛନ୍ତି ଅଢେଇ ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥୀ । ଛତିଶଗଡ଼ରେ ପିଅନ ନିଯୁକ୍ତି ପାଇଁ  ଲିଖିତ ପରୀକ୍ଷାରେ ସାମିଲ ହୋଇଥିଲେ ଲକ୍ଷାଧିକ ଇଞ୍ଜିନିୟର ଓ ସ୍ନାତୋକତର ପ୍ରାର୍ଥୀ । ୯୧ଟି ପିଅନ ପଦବୀ ପାଇଁ ଆବେଦନ କରିଥିଲେ ୨ ଲକ୍ଷରୁ ଅଧିକ ପ୍ରାର୍ଥୀ ।

ପଦ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଅଷ୍ଟମ ପାସ୍ କରିଥିବା ବ୍ୟକ୍ତି ଆବଦନ କରିବାକୁ ଥିଲା । ହେଲେ ଆବେଦନ କରିଛନ୍ତି ବହୁ ଉଚ୍ଚଶିକ୍ଷିତ  । ଏହି ପଦ ପାଇଁ ଇଞ୍ଜିନିୟରରୁ ନେଇ ସ୍ନାତକୋତର ପର୍ଯ୍ୟନ୍ତ ବହୁ ପ୍ରାର୍ଥୀ ଆବଦେନ କରିଛନ୍ତି । ଦେଶରେ ବେକାରୀ ସମସ୍ୟା ବଢିଚାଲିଥିବା ବେଳେ ଏବେ ପିଅନ ପଦ ପାଇଁ ଲକ୍ଷାଧିକ ଛାତ୍ର ଛାତ୍ରୀ ଆବଦନ କରିଛନ୍ତି ।