ହାଇସ୍କୁଲରେ ପାଠ ପଢ଼ିବେ ଯୁକ୍ତ ୨ ପିଲା : ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା

815

କନକ ବ୍ୟୁରୋ : ହାଇସ୍କଲରେ ଖୋଲିବ ପ୍ଲସ ଟୁ । ଅର୍ଥାତ ଏଣିକି ହାଇସ୍କୁଲ ପିଲା ଦ୍ୱାଦଶ ଶ୍ରେଣୀ ଯାଏଁ ପଢିବେ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ୨୦୨୩-୨୦୨୪ ଶିକ୍ଷା ବର୍ଷରୁ ୪୦ଟି ସରକାରୀ ସ୍କୁଲରେ ପ୍ଲ ସଟୁ ଖୋଲିବ । ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲରେ ଏକାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ ହେବ । ଏବେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଛି, ସ୍ୱତନ୍ତ୍ର ଶିକ୍ଷକ ଏକାଦଶ ଶ୍ରେଣୀ ପାଇଁ ନିଯୁକ୍ତି ହେବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।