୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜି ବସୁଛି ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ପଶ୍ଚିମବଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଯିବେ ଡ଼େପୁଟି ନିର୍ବାଚନ କମିଶନ ସୁଦିପ ଜୈନ୍; ପୂର୍ବରୁ ପଠାଯାଇଛି ୧୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ

68

କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ବସୁଛି ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ । ପଶ୍ଚିମବଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଯିବେ ଡ଼େପୁଟି ନିର୍ବାଚନ କମିଶନ ସୁଦିପ ଜୈନ୍ । ଏହା ପୂର୍ବରୁ ସେଠାକୁ ୧୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ପଠାଯାଇଛି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ପ୍ରେସ ବିବୃତିରେ ସୁ ଚନା ଦିଆଯାଇଥିଲା । ଚଳିତ ବର୍ଷ ମେରୁ ଜୁନ ମଧ୍ୟରେ ପଶ୍ଚମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଓ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ହେବାର ଅଛି । ମେ ୩୦ରେ ପଶ୍ଚିମବଙ୍ଗ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି ।