ମହାରାଷ୍ଟ୍ର ମହାଭାରତରେ ପଡିବ କି ଜବନିକା, ଗୋହାଟୀରୁ ମୁମ୍ବାଇ ଫେରୁଛନ୍ତି ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେ

278

କନକ ବ୍ୟୁରୋ : ମହାରାଷ୍ଟ ମହାଭାରତରେ ଏବେ ଦେଶ ଦେଖିବ ଆର ପାରର ଲଢେଇ । ଗୋହାଟରୀରେ ସମର୍ଥିତ ବିଧାୟକଙ୍କୁ ଛାଡି ଏବେ ମୁମ୍ବାଇ ଫେରୁଛନ୍ତି ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେ । କହିରଖୁ କି ସଂଜୟ ରାୱତଙ୍କ ଚେତାବନୀ ପରେ ତୁରନ୍ତ ଗୋହାଟୀରୁ ବଡ ଖବର ଆସିଛି । ସିନ୍ଦେ ଗୋହାଟୀରୁ ମୁମ୍ବାଇ ଫେରୁଛନ୍ତି । କିଛି ସମୟ ପୂର୍ବରୁ ସଂଜୟ ରାୱତ ଶରଦ ପାୱାରଙ୍କ ସହ ମିଳିତ ଭାବେ କହିଥିଲେ କି ଯାହାର କିଛି ଅଭିଯୋଗ ଅଛି ସେ ମୁମ୍ବାଇ ଆସି ଆମକୁ ଭେଟକରୁ । କୁହାଯାଉଛି କି ସଂଜୟ ରାୱତଙ୍କ ଏଭଳି ଚେତାବନୀ ପରେ ସିନ୍ଦେ ମୁମ୍ବାଇ ଫେରୁଛନ୍ତି ।

ସେପଟେ ସିନ୍ଦେ ମୁମ୍ବାଇରେ ପହଂଚିବା ପୂର୍ବରୁ ବିଜେପିର ସଜବାଜ ଦେଖି ଲାଗୁଛି କି ସେ ପ୍ରଥମେ ବିଜେପି ନେତୃତ୍ୱ ଦେବେନ୍ଦ୍ର ଫଡନାର୍ଭିସଙ୍କୁ ଭେଟ କରିବେ । କାରଣ ଏବେ ମୁମ୍ବାଇରେ ଫଡନାର୍ଭିସଙ୍କ ବାସଭବନରେ ବିଜେପି ବିଧାୟକଦଳର ବୈଠକ ଚାଲିଛି । ସେଠାରେ ସିନ୍ଦେ ଉପସ୍ଥିତ ହୋଇପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଉପ ବାଚଷ୍ପତିଙ୍କୁ ଶିବସେନା ପକ୍ଷରୁ ଏକ ଚିଠି ଲେଖାଯାଇ ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ଆବେଦନ କରାଯାଇଥିବା ବେଳେ ଏହା ଉପରେ ଫଡନାର୍ଭିସଙ୍କ ଘରେ ଏନେଇ ଆଇନଗତ ଆଲୋଚନା ଚାଲୁଥିବା କଥା ଅନୁମାନ କରାଯାଉଛି । କହିରଖୁ କି ଏକନାଥ ସିନ୍ଦେ ଏବେ ଶିବସେନାର ୩୭ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ସେମାନଙ୍କୁ ଗୋହାଟୀ ହୋଟେଲରେ ରଖିଛନ୍ତି ।