ଏଟିଏମରୁ ଆନନ୍ଦବଜାର ! ଖୁଚୁରା ନଥିବାରୁ ଶ୍ରଦ୍ଧାଳୁ କିଣୁ ନାହାଁନ୍ତି ଅବଢା

29

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଅଚଳ ନୋଟର ପ୍ରଭାବରେ ଅଚଳ ହୋଇପଡିଛି ଆନନ୍ଦ ବଜାର । ଶ୍ରୀମନ୍ଦିରରେ କମିଛି ଅବଢ଼ା ବିକ୍ରି । କଳାଧନ ଉପରେ ମୋଦିଙ୍କ ସର୍ଜିକାଲ ଷ୍ଟ୍ରାଇକର ପ୍ରଭାବ ଅବଢ଼ା ବିକ୍ରି ଉପରେ ପଡିଛି । ଗୋଟିଏ ପଟେ ସେବାୟତ ଅବଢ଼ା ବିକ୍ରି କରିବା ସମୟରେ ପୁରୁଣା ନୋଟ୍ ଗ୍ରହଣ କରୁନାହାଁନ୍ତି । ଅନ୍ୟପଟେ ଖୁଚୁରା ଟଙ୍କାର ସଂକଟ । ଯାହାଫଳରେ ଅବଢ଼ା କିଣି ନପାରି ମନ ଦୁଃଖରେ ଶ୍ରଦ୍ଧାଳୁମାନେ ଫେରୁଥିବାର ଦେଖିବାକୁ ମିଳିଛି । ତେବେ ମୋଦିଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଶ୍ରଦ୍ଧାଳୁ ।

ପୁରୀ ଶ୍ରମନ୍ଦିର ଗଲେ ମହାପ୍ରସାଦ ନଖାଇଲେ କାଳିଆ ପ୍ରେମୀଙ୍କ ମନ ପୂରେନି । ତା ସାଂଗକୁ ଚାଲିଛି କାର୍ତିକ ମାସର ପଂଚୁକ ବ୍ରତ । ଏହି ସମୟରେ ଭଲ ବ୍ୟବସାୟ କରିବାର ଆଶା ରଖିଥିଲେ ଆନନ୍ଦବଜାରରେ ଅବଢ଼ା ବିକ୍ରି କରୁଥିବା ମହାସୁଆରମାନେ । କିନ୍ତୁ ବଡ ନୋଟ୍ ଅଚଳ ଯୋଗୁଁ ସେମାନଙ୍କୁ ନିରାଶ ହେବାକୁ ପଡିଛି । ଏହା ଭିତରେ ଲକ୍ଷ ଲକ୍ଷ ଟଙ୍କାର ମହାପ୍ରସାଦ ଗାଇକୁ ଖାଇବାକୁ ଦେଉଥିବା ବା ପୋତି ଦେଉଥିବା କହିଛନ୍ତି ପୁରୀ ସେବାୟତ ।