ବାଧୁଛି ତେଲ ଦର : ସାଇକେଲରେ ଗଲା ବର, ଚାଲି ଚାଲି ଗଲେ ବରଯାତ୍ରୀ; ରାଜଧାନୀରେ ଦେଖିବାକୁ ମିଳିଲା ନିଆରା ବିବାହ

789

କନକ ବ୍ୟୁରୋ : ସାଇକେଲରେ ବାହା ହେବାକୁ ଗଲେ ବର । ଚାଲି ଚାଲି ଗଲେ ବରଯାତ୍ରୀ । ଏପରି ଏକ ବାହାଘର ହୋଇଛି ରାଜଧାନୀ ଭୁବନେଶ୍ୱରରେ । ୟୁନିଟ୍-୩ ଅଞ୍ଚଳର ଶୁଭ୍ରାଂଶୁ ସାମଲଙ୍କ ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ହୋଇଛି । ୟୁନିଟ୍-୩ ଅଞ୍ଚଳର ସିପ୍ରାଙ୍କ ସହ ତାଙ୍କର ବାହାଘର ହୋଇଥିଲା । ରୀତିନୀତି ଅନୁଯାୟୀ ବାହାଘର ପାଇଁ ଉଭୟ ପକ୍ଷ ପ୍ରସ୍ତୁତ ହୋଇଥିଲେ ।

ହେଲେ ସାଇକେଲରେ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଶୁଭ୍ରାଂଶୁ । କନ୍ୟା ପକ୍ଷ ମଧ୍ୟ ଏଥିରେ ରାଜି ହୋଇଥିଲେ । ଆଉ ବରଯାତ୍ରୀ ବିଭିନ୍ନ ଅଞ୍ଚଳରୁ ଆସି ରବି ଟକିଜ୍ ନିକଟରେ ପହଞ୍ଚିବା ପରେ ପୁରୀ ରୋଡ୍ ସ୍ଥିତ ବିବାହ ମଣ୍ଡପକୁ ଯାଇଥିଲେ । ତେଲ ଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁ ଶୁଭ୍ରାଂଶୁ ଏପରି ନିଷ୍ପତ୍ତି ନେଇଥିଲେ ।