ଟମାଟୋ ଫ୍ଲୁକୁ ସତର୍କ ହେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ : ହାତ, ଗୋଡ଼ ଓ ପାଟିରେ ସଂକ୍ରମଣ ହୋଇଥିବା ଶିଶୁଙ୍କ ନମୁନା ଆରଏମଆରସିକୁ ପଠାଇବାକୁ ନିର୍ଦ୍ଦେଶ

170

କନକ ବ୍ୟୁରୋ : ଦେଶରେ ଟମାଟୋ ଫ୍ଲୁ ବଢ଼ୁଥିବାରୁ ସତର୍କ ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟର କିଛି ଜିଲ୍ଲାରେ ଦେଖା ଦେଉଥିବା ହ୍ୟାଣ୍ଡ, ଫୁଟ ଓ ମାଉଥ ଡିଜିଜ୍ ବା ଏଫଏଚଏମଡି ରୋଗ ସହିତ ଟମାଟୋ ଫ୍ଲୁର କିଛି ସାମଞ୍ଜସ୍ୟ ରହିଛି କି ନାହିଁ ଜାଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି ।

ବିଭାଗ ପକ୍ଷରୁ ଜିଲ୍ଲା ଓ ମେଡିକାଲ କଲେଜର ଶିଶୁରୋଗ ବିଷେଶଜ୍ଞମାନଙ୍କୁ ନେଇ ଏକ ଆଲୋଚନା ହୋଇଥିଲା । ଯେଉଁସବୁ ଜିଲ୍ଲାରେ ଏଫଏଚଏମଡି ଆକ୍ରାନ୍ତ ଶିଶୁ ଚିହ୍ନଟ ହେଉଛନ୍ତି ସେମାନଙ୍କ ନମୁନା ଆରଏମଆରସିକୁ ପଠାଇବାକୁ କୁହାଯାଇଛି । ଏହା ଦ୍ୱାରା ରାଜ୍ୟରେ ଏହି ରୋଗ କିଛି ନିଦ୍ଧିଷ୍ଟ ଅଞ୍ଚଳରେ ସୀମିତ ରହିଛି ନା ମହାମାରୀ ରୂପ ନେଲାଣି ତାହା ଜାଣିହେବ ।

କେରଳ, କର୍ଣ୍ଣାଟକ ଭଳି ରାଜ୍ୟରେ ଶିଶୁଙ୍କ ଠାରେ ନାଲି ଫୋଟକା ଦେଖାଯିବା ପରେ ଏହା ଟମାଟୋ ଫ୍ଲୁ ବୋଲି ଚର୍ଚ୍ଚା ହେଉଛି । ମାତ୍ର ବିଜ୍ଞାନ ଶିକ୍ଷାରେ ଏଭଳି କୌଣସି ରୋଗ ନାହିଁ ବରଂ ଏଫଏଚଏମଡି ରୋଗ ରହିଚି । ଯାହା ୫ ବର୍ଷ ଭିତରେ ଶିଶୁଙ୍କ ଠାରେ ଦେଖାଯାଏ । ୧୪ ବର୍ଷ ପିଲା ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି ।