ଜବତ ହେଲା ନକଲି କୋଲଡ୍ରିଙ୍କସ । ଲକ୍ଷାଧିକ ଟଙ୍କାର ମେସିନ୍ ଜବତ, ପୂର୍ବରୁ ମିଳିଥିଲା ନକଲି ହଳଦୀ, ଖାଇବା ତେଲ ଓ ପାଣି ।

453

କନକ ବ୍ୟୁରୋ : ନକଲି ନକଲି, ସବୁ ନକଲି । ବିଗତ କିଛି ଦିନ ଭିତରେ ରାଜ୍ୟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି । ରାଜ୍ୟରେ ନକଲି କାରଖାନା ଉପରେ ଜୋରଦାର ଚଢାଉ ଚାଲିଛି । କଟକ, ସମ୍ବଲପୁର, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରୁ ପ୍ରତିଦିନ ନକଲି ସାମଗ୍ରୀ ଠାବ କରାଯାଉଛି ।

ହଳଦୀ, ଲଙ୍କାଗୁଣ୍ଡ, ଖାଇବା ତେଲ, ନକଲି ପାଣି ପରେ ପୁଣି ବ୍ରହ୍ମପୁରରୁ ଜବତ ହେଲା ନକଲି କୋଲଡ୍ରିଙ୍କସ । ସୁକୁଣ୍ଡା ଗାଁରେ ନକଲି କୋଲଡ୍ରିଙ୍କସ କାରଖାନା ଉପରେ ପୁଲିସ ଚଢାଉ କରିଛି । ଲକ୍ଷାଧିକ ଟଙ୍କାର ମେସିନ ଜବତ କରାଯାଇଛି । ତେବେ ଦୀର୍ଘଦିନ ଧରି ଏହି କାରଖାନାରେ ନକଲି କୋଲଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା । ଏବଂ ଏହାକୁ ବଜାରକୁ ମଧ୍ୟ ଛଡାଯାଉଥିଲା । ତେବେ ଆଜି ଚଢାଉ ବେଳେ ସାଂଘାତିକ ସତ ସାମ୍ନାକୁ ଆସିଛି । ନକଲି କୋଲଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିବା ସାମଗ୍ରୀକୁ ଜବତ କରିଛି ପୋଲିସ ।