ବୈଦିକ ପଞ୍ଚାଙ୍ଗ ଅନୁସାରେ ସେପ୍ଟେମ୍ବର ୪ରୁ ବୃହସ୍ପତି ମେଷ ରାଶିରେ ବକ୍ର ଚଳନ କରିବେ । ଏହାଦ୍ୱାରା ଏହି ତିନି ରାଶିର ଲୋକମାନଙ୍କର ମନୋସ୍କାମନା ପୂର୍ଣ ହେବ ।

Kanak News is now on WhatsApp
Join and get latest news updates delivered to you via WhatsApp
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ସନ୍ତାନ, ବଡ଼ଭାଇ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ଭାବେ ଗଣନା କରାଯାଏ । ଏଥିପାଇଁ ଯେବେବି ବୃହସ୍ପତି ଚଳନ ହୁଏ ଏହାର ପ୍ରଭାବ ମାନବ ଜୀବନ ଓ ପୃଥିବୀ ଉପରେ ପଡିଥାଏ । ଏହା କାହାପାଇଁ ଶୁଭ ଫଳ ପ୍ରଦାନ କରିଥାଏ ତ କାହାପାଇଁ ଅଶୁଭ । ସେପ୍ଟେମ୍ବର ୪ ତାରିଖରୁ ବୃହସ୍ପତିଙ୍କର ବକ୍ର ଚଳନ ହେବାକୁ ଯାଉଛି । ଯାହାର ପ୍ରଭାବ ୧୨ଟି ରାଶିରେ ଦେଖିବାକୁ ମିଳିବ । ସେଥି ମଧ୍ୟରୁ ୩ଟି ରାଶି ଏମିତି ଅଟନ୍ତି ଯାହା ଉପରେ ବୃହସ୍ପତିଙ୍କର କୃପା ଦୃଷ୍ଟି ପଡିପାରେ ଏବଂ ସେମାନକର ମନୋସ୍କାମନା ପୂର୍ଣ ହେବାର ଆଶା ରହିଛି ।
ମେଷ ରାଶି
ବୃହସ୍ପତିଙ୍କର ବକ୍ର ଗତି ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭପ୍ରଦ ହେଇପାରେ । କାରଣ ବୃହସ୍ପତି ମେଷ ରାଶିରେ ଲଗ୍ନ ଭାବରେ ବକ୍ର ଚଳନ କରିବାକୁ ଯାଉଛନ୍ତି । ଏହାଦ୍ବାରା ଏହି ରାଶିର ବ୍ୟକ୍ତିମାନଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଏହାସହ ନୂତନ ଉତ୍ସାହର ସଂଚାର ମଧ୍ୟ ହେବ । ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ସହଯୋଗ କରିବ । ଏହା ସହ ଆପଣ ସଞ୍ଚୟ କରିବାରେ ସକ୍ଷମ ହେବେ ।
ସିଂହ ରାଶି
ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କର ବକ୍ର ଚଳନ ଅନୁକୂଳ ହେବ । କାରଣ ବୃହସ୍ପତି ଆପଣଙ୍କର ଗୋଚର କୁଣ୍ଡଳୀର ନବମ ଭାବରେ ଓଲଟା ଗତି କରିବେ । ଏଥିପାଇଁ ଏହି ସମୟରେ ଭାଗ୍ଯ ଆପଣଙ୍କୁ ସାହାଯ୍ୟ କରିବ । ଏହାସହ ଆପଣଙ୍କ ଘରେ ଓ ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଚାକିରି କରୁଥିବା ଲୋକଙ୍କ ପାଇଁ ବୃହସ୍ପତିଙ୍କର ବିଶେଷ ଶୁଭଦୃଷ୍ଟି ପଡିବାକୁ ଯାଉଛି । ଏମାନଙ୍କ ପାଇଁ ଚାକିରୀରେ ଉନ୍ନତି ସହ ଦୂରଯାତ୍ରାର ଯୋଗ ମଧ୍ୟ ରହିଛି । ବୃହସ୍ପତି, ସିଂହ ରାଶିର ପଞ୍ଚମ ଏବଂ ଅଷ୍ଟମ ସ୍ଥାନର ଅଧିପତି ଅଟନ୍ତି । ଆପଣ ସନ୍ତାନ ମାନଙ୍କ ତରଫରୁ କୌଣସି ଶୁଭ ଖବର ପାଇବେ । ପ୍ରେମ ସମ୍ବନ୍ଧରେ ସଫଳତା ମିଳିବାର ଆଶା ରହିଛି ।
ତୁଳା ରାଶି
ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କର ବକ୍ର ଚଳନ ଅନୁକୂଳ ହେବ । କାରଣ ଗୁରୁ ଗ୍ରହ ଆପଣଙ୍କ ଗୋଚର କୁଣ୍ଡଳୀ ସପ୍ତମ ଭାବରେ ଯାତ୍ରା କରିବେ । ଏହା ପ୍ରଭାବରେ ଏହି ରାଶିର ବିବାହିତ ବ୍ୟକ୍ତି ମାନକର ବୈବାହିକ ଜୀବନ ସୁଖମୟ ହେବ । ଅବିବାହିତ ମାନକ ପାଇଁ ବିବାହର ଯୋଗ ରହିଛି । ବୃହସ୍ପତି, ତୁଳା ରାଶିର ତୃତୀୟ ଏବଂ ଷଷ୍ଠ ସ୍ଥାନର ଅଧିପତି ଅଟନ୍ତି । ଏହାଦ୍ବାରା ଆପଣଙ୍କୁ କୋର୍ଟକଚେରି ମାମଲାରେ ସଫଳତା ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ସାହସ ଏବଂ ପରାକ୍ରମ ବୃଦ୍ଧି ହେବ । ଏହି ସମୟ କୌଣସି ଯୌଥ ବ୍ୟବସାୟ ପାଇଁ ଅନୁକୂଳ ଅଟେ ।