ଆସିଲାଣି ଶୀତ, ଆକ୍ରାନ୍ତ କରୁଛି ଥଣ୍ଡା, ଜ୍ୱର, କାଶ ସମସ୍ୟା । ଜାଣନ୍ତୁ ଏଥିରୁ ମୁକ୍ତି ପାଇବାର ଆୟୁର୍ବେଦ ଉପାୟ ।

695

କନକ ବ୍ୟୁରୋ: ଶୀତ ପଡିବା ପରେ ଅଧିକାଂଶ ଲୋକ ଥଣ୍ଡା, ଜ୍ୱର ଓ କାଶରେ ଆକ୍ରାନ୍ତ ହୋଇଛନ୍ତି । ବିଶେଷ କରି ଛୋଟ ପିଲା ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ଶୀତ ଦିନରେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଥିବା ଲୋକଙ୍କ ଯନ୍ତ୍ରଣା ବଢ଼ି ଯାଇଛି । ତେବେ ଏସବୁ ରୋଗର କେମିତି ଘରୋଇ ଉପଚାର କରାଯାଇ ପାରିବ ।

ଶୀତ ଦିନରେ ଥଣ୍ଡା ବଢ଼ିବା ସହ ବଢ଼ିବାରେ ଲାଗିଛି, ଜ୍ୱର ଓ ଥଣ୍ଡା ରୋଗୀଙ୍କ ସଂଖ୍ୟା । ଏଥିରୁ ମୁକ୍ତି ପାଇଁ ରୋଗୀ ଏଲେପାଥିକ୍ ଔଷଧ ଆଣି ଖାଉଛନ୍ତି । କାଶରୁ ମୁକ୍ତି ପାଇବା ପାଇଁ ଶିରପ ଖାଉଛନ୍ତି । ହେଲେ, ବାଡିରେ ଥିବା ତୁଳସୀ ପତ୍ର, ଅଁଳା, ଘିକୁଅାଁରୀ, ତେଜପତ୍ର ଭଳି ଔଷଧିୟ ଗଛକୁ ଗୁରୁତ୍ୱ ଦେଇନଥାଉ । କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ଥଣ୍ଡା, ଜ୍ୱର, କାଶ ଭଳି ରୋଗରୁ ଅନେକ ମାତ୍ରାରେ ଉପଶମ ମିଳିଥାଏ । ତୁଳସୀ ପତ୍ରର ରସ ବ୍ୟବହାର କରିବା ଦ୍ୱାରା, ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯାହା ଫଳରେ ଥଣ୍ଡା, ଜ୍ୱର, କାଶ ନିୟନ୍ତ୍ରଣରେ ରହିଥାଏ ।

କେବଳ ଥଣ୍ଡା ଜ୍ୱର ନୁହେଁ, ଶୀତ ଦିନରେ ଆଂଠୁ ଗଣ୍ଠି ସମସ୍ୟା ମଧ୍ୟ ବଢ଼ି ଯାଇଥାଏ । ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି, ଶୀତଦିନରେ ସେମାନେ ଯନ୍ତ୍ରଣା ଭୋଗିଥାନ୍ତି । ତେବେ ଆୟୁର୍ବେଦରେ ଏହାର ଉପଚାର ରହିଛି । ଆୟୁର୍ବେଦ ପଦ୍ଧତିରେ ବିଭିନ୍ନ ଚେରମୂଳରୁ ପ୍ରସ୍ତୁତ, ଔଷଧ ଓ ତେଲ ବ୍ୟବହାର ଦ୍ୱାରା ଆଠୁ ଗଣ୍ଠି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ ।

ଏଥିସହ ଶୀତ ଦିନ ଆସିଲେ ଲୋକମାନେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ପୀଡିତ ହୋଇଥାନ୍ତି । ଯାହାର ଘରୋଇ ଉପଚାର ରହିଛି । ଆପଣ ଚାହିଁଲେବି ଏହାକୁ ଘରେ ପ୍ରସ୍ତୁତ କରିପାରିବେ । ଦେଖନ୍ତୁ କେମିତି ପ୍ରସ୍ତୁତ ହେଉଛି, ଆୟୁବେର୍ଦିକ ଔଷଧ । ଏଥିରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଚେରମୂଳ ଆମ ରାଜ୍ୟର କିଛି ସ୍ଥାନକୁ ବାଦ ଅନ୍ୟ ରାଜ୍ୟରୁ ମଧ୍ୟ ସଂଗ୍ରହ କରାଯାଉଛି ।